ଓଡିଶା

odisha

ETV Bharat / state

ଡରାଉଛି ଆନ୍ଧ୍ର ଷ୍ଟ୍ରେନ, ରାୟଗଡା ସୀମାରେ କଡାକଡି ଯାଞ୍ଚ - Andhrapradesh Covid strain

ଆନ୍ଧ୍ର ଓ ତେଲେଙ୍ଗାନାର ଷ୍ଟ୍ରେନ ଅଧିକ ଘାତକ ହେଉଥଇବାରୁ ରାୟଗଡା ସୀମାରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଆନ୍ଧ୍ର ଷ୍ଟ୍ରେନ: ରାୟଗଡା ସୀମାରେ ଯାଞ୍ଚ ପ୍ରକ୍ରିୟା କଡାକଡି
ଆନ୍ଧ୍ର ଷ୍ଟ୍ରେନ: ରାୟଗଡା ସୀମାରେ ଯାଞ୍ଚ ପ୍ରକ୍ରିୟା କଡାକଡି

By

Published : May 6, 2021, 7:42 AM IST

ରାୟଗଡ଼ା: ବର୍ତ୍ତମାନ ରାଜ୍ୟକୁ ଘାରିଛି ଆନ୍ଧ୍ର ଷ୍ଟ୍ରେନର ଚିନ୍ତା । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣକୁ ବୃଦ୍ଧି କରୁଥିବାରୁ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ରହିଥିବା ଜିଲ୍ଲାରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

ଆନ୍ଧ୍ର ଷ୍ଟ୍ରେନ: ରାୟଗଡା ସୀମାରେ ଯାଞ୍ଚ ପ୍ରକ୍ରିୟା କଡାକଡି

ଆନ୍ଧ୍ର ଏବଂ ତେଲେଙ୍ଗାନାର କୋଭିଡ ନୂଆ ମାରାତ୍ମକ ଭୂତାଣୁ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ସରକାର ଏହି ଜିଲ୍ଲା ପ୍ରତି ଦୃଷ୍ଟି ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାକୁ ପ୍ରବେଶ କରୁଥିବା ଗୁଣୁପୁର ସବ ଡିଭିଜନର 8ଟି ଏବଂ ରାୟଗଡର 5 ଟି ସୀମା ପ୍ରବେଶ ପଥ ଏବଂ ଗଳା ବାଟକୁ ମିଶାଇ ମୋଟ 13ଟି ସ୍ଥାନରେ କଟକଣା ଜୋରଦାର କରାଯାଇଛି । ଆନ୍ଧ୍ରରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବା ସହ ସେମାନଙ୍କର ଟୀକାକରଣ ରିପୋର୍ଟ ଯାଞ୍ଚ କରାଯାଉଛି ।

ଏହାସହିତ ଜିଲ୍ଲାକୁ ପ୍ରବେଶ କରୁଥିବା ଆନ୍ଧ୍ରବାସୀଙ୍କୁ ଅତି କମରେ 7 ଦିନ କିମ୍ବା ଆବଶ୍ୟକ ପଡ଼ିଲେ 14 କ୍ଵାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଯେହେତୁ ଆନ୍ଧ୍ରର ନୂଆ ମାରାତ୍ମକ ଭୂତାଣୁ ଅଧିକ ଘାତକ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details