ଓଡିଶା

odisha

ETV Bharat / state

ଯୁବ ଚାଷୀଙ୍କ ନିଆରା ପ୍ରୟାସ, ଅଳ୍ପ ଜମିରେ ଜୈବିକ ପ୍ରଣାଳୀରେ ଚାରା ଚାଷ - rayagada district news

କମ ଜାଗା କମ ଖର୍ଚ୍ଚରେ ଭଲ ରୋଜଗାରର ବାଟଖୋଜି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କେବଡ଼ା ତୋଳା ଗାଁର ଯୁବ ଚାଷୀ । ଅଧିକ ପଢନ୍ତୁ....

ଯୁବ ଚାଷୀଙ୍କ ନିଆରା ପ୍ରାୟାସ,  ଅଳ୍ପ ଜମିରେ ଜୈବିକ ପ୍ରଣାଳୀରେ ଚାରା ଚାଷ
ଯୁବ ଚାଷୀଙ୍କ ନିଆରା ପ୍ରାୟାସ, ଅଳ୍ପ ଜମିରେ ଜୈବିକ ପ୍ରଣାଳୀରେ ଚାରା ଚାଷ

By

Published : Mar 14, 2021, 9:03 PM IST

ରାୟଗଡା: କମ ଜାଗା କମ ଖର୍ଚ୍ଚରେ ଭଲ ରୋଜଗାରର ବାଟଖୋଜି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କେବଡ଼ା ତୋଳା ଗାଁର ଯୁବ ଚାଷୀ କୈବର୍ତ୍ତ ମେଣ୍ଢା । ଘରର ଆର୍ଥିକ ପରିସ୍ଥିତି ଦେଖି ଅଧାରୁ ପାଠ ଛାଡ଼ି ବାପାଙ୍କର ଅଳ୍ପ କିଛି ଚାଷ ଜମିରେ ଚାଷକାମରେ ସାହାର୍ଯ୍ୟ କରି ପରିବା ଚାଷ କରୁଥିଲେ । କିନ୍ତୁ ଏବେ ଭିନ୍ନ ଏକ ରୋଜଗାରର ପନ୍ଥାକୁ ଆପଣେଇ ମାତ୍ର ୨୦ ଫୁଟ ଓସାର ଓ ୪୦ ଫୁଟ ଲମ୍ବ ଜାଗାରେ ତିଆରି କରିଛନ୍ତି ପରିବା ଚାଷପାଇଁ ଜୈବିକ ପଦ୍ଧତିରେ ଚାରା ।

ଯୁବ ଚାଷୀଙ୍କ ନିଆରା ପ୍ରାୟାସ, ଅଳ୍ପ ଜମିରେ ଜୈବିକ ପ୍ରଣାଳୀରେ ଚାରା ଚାଷ

ବହୁ କମ ଖର୍ଚ୍ଚରେ ଏହି ନର୍ସରୀରେ ଲଗାଇଛନ୍ତି ୧୬ ହଜାର ବନ୍ଧାକୋବି, ଫୁଲକୋବି ଚାରା । ଯାହାରକି ଚାହିଦା ଏବେ ବେଶ ଭଲ ରହିଛି । ସେ ମାତ୍ର ଏକମାସ ମଧ୍ୟରେ ୮ରୁ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଚାଷକୁ କମ ଦାମରେ ଭଲଚାରା ଲଗାଇବା ଲକ୍ଷରେ ସ୍ଥାନୀୟ ବେସରକାରୀ ଅନୁଷ୍ଠାନ ହର୍ସ ଟ୍ରଷ୍ଟ ତରଫରୁ କୈବର୍ତ୍ତଙ୍କୁ ମଞ୍ଜି ଜୈବିକ ସାର, ନର୍ସରୀ ତିଆରି ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗାଉଛନ୍ତି ଓ ଯାହାର ସୁଫଳ ମିଳୁଥିବା କୁହନ୍ତି ଅନୁଷ୍ଠାନର କର୍ମକର୍ତ୍ତା । ଆଗରୁ ଚାଷ ପ୍ରତି ମଞ୍ଜି ପ୍ୟାକେଟରୁ ୫୦୦ କିଣି ସେଥିରେ ଥିବା ୧୦୦୦ ମଞ୍ଜି ଲଗାଇ ବହୁ ପରିଶ୍ରମ କରି ପାଉଥିଲେ ମାତ୍ର ୩୦୦ ରୁ ୪୦୦ ଗଛ । କିନ୍ତୁ ଏବେ କୈବର୍ତ୍ତଙ୍କ ନର୍ସରୀରୁ ୫୦୦ ଟଙ୍କାରେ ପାଉଛନ୍ତି ୧୦୦୦ ଗୋଟି ପରିବା ଚାରା ଉତ୍ପାଦନ ହୋଇ ପାରୁଛି । ଏହି ଚାରା ମଧ୍ୟ ଭଲ ଗଛ ହେଉଥିବା ବେଳେ ଭଲ ପରିବା ଉତ୍ପାଦନ ହେଉଛି । ଯାହା ଦ୍ବାରା ଚଳିତ ବର୍ଷ ଭଲ ରୋଜଗାର ହେବାର ଆଶା କରିଛନ୍ତି ଏହି ପରିବା ଚାଷୀ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details