ଓଡିଶା

odisha

ETV Bharat / state

ଦାସକାଠିଆରେ ଲୋକଙ୍କୁ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଶିକ୍ଷକ

ଲୋକଙ୍କୁ କୋରୋନା କବଳରୁ ରକ୍ଷା କରିବାକୁ 2 ଶିକ୍ଷକ ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ...

ଶିକ୍ଷକଙ୍କ ନିଆରା ପ୍ରୟାସ: ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା
ଶିକ୍ଷକଙ୍କ ନିଆରା ପ୍ରୟାସ: ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

By

Published : Jun 11, 2021, 10:47 PM IST

ରାୟଗଡା:ଶିକ୍ଷକଙ୍କ ନିଆରା ପ୍ରୟାସ । ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା । କୋରୋନା ସଚେତନତା ସୃଷ୍ଟି କରିବାକୁ ଅଭିନୟ ଉପାୟ ଅବଲମ୍ବନ କରିଛନ୍ତି ରାୟଗଡର ଦୁଇ ଶିକ୍ଷକ । ସୋସିଆଲ ମିଡ଼ିଆ ଜରିଆରେ ଓଡ଼ିଆଙ୍କ ପାରମ୍ପରିକ ଦାସକାଠିଆ ମାଧ୍ୟମରେ ଲୋକଙ୍କୁ କରାଉଛନ୍ତି ସଚେତନ ।

ଶିକ୍ଷକଙ୍କ ନିଆରା ପ୍ରୟାସ: ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

ଅମ୍ବାଦଳା ସିଆରସିସି ଅକ୍ଷୟ ରଥ ଓ ମୁନିଗୁଡା ସରକାରୀ ବାଳିକା ବିଦ୍ୟାଳୟ ଶିକ୍ଷକ ଅରୁଣ ସାହୁ ଦାସକାଠିଆ ଜରିଆରେ ଅଂଚଳରେ ଲୋକଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ, ହାତ ସେନିଟାଇଜ, ମାସ୍କ ବ୍ୟବହାରକୁ ନେଇ ସଚେତନତା ଉଦ୍ୟମ ଜାରି ରଖିଛନ୍ତି । ଏପରିକି ଆଗାମୀ ଦିନରେ ପାଲ୍ଲା ମାଧ୍ୟମରେ ସଚେତନ କରାଇବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।

ଦୁଇ ଶିକ୍ଷକଙ୍କ ନିଆରା ପ୍ରୟାସ ଦାସକାଠି ମାଧ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details