ରାୟଗଡା: ଜିଲ୍ଲାର ଗୁଣପୁର ଉପଖଣ୍ଡରେ 53 କୋରୋନା ପଜିଟିଭ ଚିହ୍ନଟ । ଏହି ଅଞ୍ଚଳରେ କୋରୋନା ପଜିଟଭଙ୍କ ସଂଖ୍ୟା ମୋଟ ୬୨୬ ରେ ପହଞ୍ଚିଛି । କ୍ରମାଗତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ କୋଭିଡ ସେଣ୍ଟର ଆରମ୍ଭ କରିଛି ।
ଗୁଣପୁର ଉପଖଣ୍ଡର ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ନିକଟର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏହି ସେବା କେନ୍ଦ୍ର ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଓ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ କୋଭିଡ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ସ୍ଥାନୀୟ ଅଞ୍ଚଳରେ ପଜିଟିଭଙ୍କ ସଂଖ୍ୟା କ୍ରମେ ବଢୁଥିବା କାରଣରୁ ୩୦୮ ଶଯ୍ୟା ବିଶିଷ୍ଟ ସେବା କେନ୍ଦ୍ରରେ ଏଲଇଡି ଟିଭି, ସିସି ଟିଭି, ଗିଜର, ଫିଲଟର ସୁବିଧା ଥାଇ ପାନୀୟ ଜଳ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା କରି ଖୋଲାଯାଇଛି ।