ଓଡିଶା

odisha

ETV Bharat / state

ଟ୍ରାଫିକ ସିଗନାଲ ଭେଳିକି: ଜଳୁନି ଲାଇଟ୍‌, କମୁନି ଦୁର୍ଦ୍ଦଶା

ଦୀର୍ଘ 2 ବର୍ଷ ହେବ ରାୟଗଡାରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଯେଉଁଥିପାଇଁ ଜଣେ ସାଧାରଣ ଲୋକ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଯାହା ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ । ଅଧିକ ପଢନ୍ତୁ...

ରାୟଗଡାରେ ସମ୍ପୁର୍ଣ୍ଣ ଭୁଷୁଡି ପଡିଛି ଟ୍ରାଫିକ ବ୍ୟବସ୍ଥା
ରାୟଗଡାରେ ସମ୍ପୁର୍ଣ୍ଣ ଭୁଷୁଡି ପଡିଛି ଟ୍ରାଫିକ ବ୍ୟବସ୍ଥା

By

Published : Dec 28, 2020, 3:50 PM IST

Updated : Dec 29, 2020, 11:06 AM IST

ରାୟଗଡା: ଦୁର୍ଘଟଣାକୁ ଏଡାଇବା ପାଇଁ ସରକାର ନିୟମ କଡାକଡି କରିବା ସହ ଟ୍ରାଫିକ ସିଗନାଲର ବ୍ୟବସ୍ଥା ମଧ୍ୟ ହୋଇଛି । ଯାହାଦ୍ବାରା ପ୍ରତିଦିନ ହେଉଥିବା ଦୁର୍ଘଟଣାକୁ ଏଡାଯାଇ ପାରିବ । ମାତ୍ର ରାୟଗଡା ଜିଲ୍ଲାରେ କୌଣସି ଟ୍ରାଫିକ ସିଗନାଲ କାମ କରୁନି ।

ରାୟଗଡାରେ ସମ୍ପୁର୍ଣ୍ଣ ଭୁଷୁଡି ପଡିଛି ଟ୍ରାଫିକ ବ୍ୟବସ୍ଥା

ଦୀର୍ଘ 2 ବର୍ଷ ହେବ ରାୟଗଡାରେ ଏଭଳି ସ୍ଥିତି ଥିବାବେଳେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଯେଉଁଥିପାଇଁ ଜଣେ ସାଧାରଣ ଲୋକ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଦନକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଶିଳ୍ପାୟନର ସହର ରାୟଗଡାରେ ଜନସଂଖ୍ୟା 1 ଲକ୍ଷରୁ ଊର୍ଦ୍ଧ୍ବ ରହିଥିବାବେଳେ ଜିଲ୍ଲା ସଦର ମହକୁମା ରାୟଗଡା ଦେଇ ଯାଇଛି 326 ନମ୍ବର ଜାତୀୟ ରାଜପଥ । ଯେଉଁ ରାସ୍ତା ଅତି ଜନଗହଳିପୂର୍ଣ୍ଣ । ଏହି ରାସ୍ତାରେ ପ୍ରତିଦିନ ଶହଶହ ଭାରିଯାନ, ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ଯାତାୟାତ କରେ ।

ଯାହାକୁ ଦେଖି 2012 ମସିହାରେ ସହରର 9 ଟି ଛକରେ ଟ୍ରାଫିକ ସିଗନାଲ ନିର୍ମାଣ ହୋଇଥିଲା । ଏଥିପାଇଁ ସେତେବେଳେ ପୌରସଂସ୍ଥା ପକ୍ଷରୁ 28 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନିର୍ମାଣ ହେବାର ମାତ୍ର କିଛିମାସ ପରେ ସମ୍ପୂର୍ଣ୍ଣ ଅକାମି ହୋଇପଡିଛି ସିଗନାଲ ବ୍ୟବସ୍ଥା ।

ଆଗାମୀ ଦିନରେ ଯଦି ଏହି ଟ୍ରାଫିକ ସିଗନାଲ ଲାଇଟ ଖରାପ ଓ ମରାମତି ଦିଗରେ ପ୍ରଶାସନ ଯତ୍ନବାନ ନହେଲେ ଆଗାମୀ ଦିନରେ ଏହା ମରଣଯନ୍ତା ପାଲଟିବ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 29, 2020, 11:06 AM IST

ABOUT THE AUTHOR

...view details