ଓଡିଶା

odisha

By

Published : Jun 7, 2020, 10:37 PM IST

ETV Bharat / state

ରାୟଗଡାରେ ୧୦୭୪ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ

କେରଳର ଆପିପୁଜ୍ରୁରୁ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ ପ୍ରଭୃତି 7ଟି ଜିଲ୍ଲାର ୧୦୭୪ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ରାୟଗଡାରେ ପହଞ୍ଚିଛି ।

Rayagada special train
ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ

ରାୟଗଡା: ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ । ଆଜି(ରବିବାର) କେରଳର ଆପିପୁଜ୍ରୁରୁ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ ପ୍ରଭୃତି 7ଟି ଜିଲ୍ଲାର ୧୦୭୪ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ରାୟଗଡାରେ ପହଞ୍ଚିଛି ।

ଟ୍ରେନ ପହଞ୍ଚିବା ପରେ ଶ୍ରମିକମାନଙ୍କ ପ୍ରଥମେ ନାମ ପଞ୍ଜୀକରଣ କରାଯାଇଥିଲା । ଏହାପରେ ସେମାନଙ୍କ ଥର୍ମାଲ ଟେଷ୍ଟ କରାଯାଇ ଖାଦ୍ୟପେୟ ଓ ବିଶ୍ରାମର ବ୍ୟବସ୍ଥା କରାଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ରେଳ ଷ୍ଟେସନରେ ପହଞ୍ଚି ପ୍ରବାସୀ ଶ୍ରମିକଙ୍କୁ ସ୍ବାଗତ କରିଥିଲେ ।

ଏହାପରେ ସ୍ବତନ୍ତ୍ର ବସ ଯୋଗେଁ ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଯିବାର ବନ୍ଦୋବସ୍ତ କରାଯାଇଛି । କୋରୋନା ସଂକ୍ରମଣ ଆଶଙ୍କାରେ ରାୟଗଡା ରେଳଷ୍ଟେସନ ସମେତ ଏହାର ଆଖପାଖ ଅଞ୍ଚଳରେ ୧୪୪ ଜାରି କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details