ରାୟଗଡ଼ା: ଲକଡାଉନ ସୁଯୋଗ ସୃଷ୍ଟି କରିଛି ଅସାଧୁ ବ୍ୟବସାୟୀଙ୍କ ବ୍ୟବସାୟୀକୁ । ଏହି ସମୟରେ ପାନ ଦୋକାନ, ଚାହା ଦୋକାନ ବନ୍ଦ ଥିବା ଯୋଗୁଁ ଗୁଟଖା ବ୍ୟବସାୟର ଚାହିଦା ବଢିଯାଇଛି । ଏହି ବ୍ୟବସାୟୀ ମାନଙ୍କର କଳା ବଜାର ଲୋକ ଲୋଚନକୁ ଆସିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ରାହ୍ମଣସାହିର ଭି.ମୁରଲୀଙ୍କ ଗୋଦାମରେ ଗୁଣପୁର ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା ।
ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ - ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ
ରାୟଗଡା ଜିଲ୍ଲା ଗୁଣୁପୁର ବ୍ରାହ୍ମଣସାହିର ଭି.ମୁରଲୀଙ୍କ ଗୋଦାମରେ ଗୁଣପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ ଗୁଟଖା ଜବତ କରାଯାଇ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ](https://etvbharatimages.akamaized.net/etvbharat/prod-images/768-512-7023117-515-7023117-1588353871536.jpg)
ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ
ଲକ୍ଷ୍ୟାଧିକ ଟଙ୍କାର ବେଆଇନ ଗୁଟଖା ଜବତ
ଏଥିରେ ବିପୁଳ ପରିମାଣରେ ଗୁଟଖା, ତମ୍ବାଖୁ, ବିଡି ଓ ଖଇନି ଆଦି ବେଆଇନ ସାମଗ୍ରୀ ପୋଲିସ ଜବତ କରିଛି । ସେହି ଗୋଦାମରୁ 138 ବସ୍ତା ଗୁଟଖା ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ଗୁଟଖା ବ୍ୟବସାୟୀ ଭି. ମୁରଲୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ ଏସପି ସର୍ବଣ ବିବେକ ଏମ ସୂଚନା ଦେଇଛନ୍ତି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ