ଓଡିଶା

odisha

ETV Bharat / state

ରାୟଗଡା ପହଞ୍ଚିଲା ICMR ଟିମ୍‌, ସଂଗ୍ରହ ହେଲା 400 ରକ୍ତ ନମୁନା - ଆଇସିଏମଆର ଟିମ୍‌

କୋଭିଡ-19 ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଟିମ ଶନିବାରଠାରୁ ରାୟଗଡା ଜିଲ୍ଲାରେ ଆରମ୍ଭ କରିଛି ଅଭିଯାନ । ରବିବାର ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

rayagada latest news, blood sample collection in rayagada, icmr team in rayagada, icmr team, blood sample collection of icmr team, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ରକ୍ତ ନମୂନା ସଂଗ୍ରହ, ରାୟଗଡାରେ ଆଇସିଏମଆର ଟିମ, ଆଇସିଏମଆର ଟିମ୍‌, ଆଇସିଏମଆର ଟିମର ରକ୍ତ ନମୂନା ସଂଗ୍ରହ
ରାୟଗଡା ପହଞ୍ଚିଲା ICMR ଟିମ୍‌, ସଂଗ୍ରହ ହେଲା 400 ରକ୍ତ ନମୁନା

By

Published : May 17, 2020, 10:34 PM IST

ରାୟଗଡା: କୋଭିଡ-19 ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଟିମ ଶନିବାରଠାରୁ ରାୟଗଡା ଜିଲ୍ଲାରେ ଆରମ୍ଭ କରିଛି ଅଭିଯାନ । ରବିବାର ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଜିଲ୍ଲାର 10ଟି କ୍ଲଷ୍ଟରରୁ ଏହି ଟିମ 400 ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ଚିକିତ୍ସାଳୟରେ ଜମା କରିଥିଲା । ସେଠାରେ ରକ୍ତରୁ ରକ୍ତ କଣିକାକୁ ବିଭାଜିତ କରି ଭୁବନେଶ୍ବର RMRCକୁ ପଠାଇ ଦିଆଯାଇଛି । ସଂଗୃହୀତ ରକ୍ତ ନମୁନାରେ ରୋଗ ପ୍ରତି‌ଷେଧକ ଶକ୍ତିର ପରିମାଣ ସହ ଇମ୍ୟୁନୋଗ୍ଲୋବିନ୍-ଜି ଓ ଇମ୍ୟୁନୋଗ୍ଲୋବିନ୍ଏ-ମ୍ ରହିଛି କି ନାହିଁ ସେ ଦିଗରେ ଅନୁସନ୍ଧାନ କରିବ ପୁଣେସ୍ଥିତ ରାଷ୍ଟ୍ରୀୟ ମହାମାରୀ ବିଜ୍ଞାନ କେନ୍ଦ୍ର ।

ଭାରତର ବିଭିନ୍ନ ରାଜ୍ୟରେ ଦେଖା ଦେଇଥିବା କୋରୋନାର ସ୍ଥିତି, ଲକ୍ଷଣ ଓ ସଂକ୍ରମଣ ସଂପର୍କରେ ଅନୁସନ୍ଧାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହଯୋଗରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଗୋଷ୍ଠୀଭିତ୍ତିକ ରକ୍ତ କଣିକା ସର୍ବେକ୍ଷଣ ଆରମ୍ଭ କରିଛି । ପୁଣେସ୍ଥିତ ରାଷ୍ଟ୍ରୀୟ ମହାମାରୀ ବିଜ୍ଞାନ କେନ୍ଦ୍ର, ଚେନ୍ନାଇସ୍ଥିତ ରାଷ୍ଟ୍ରୀୟ ଯକ୍ଷ୍ମା ଗବେଷଣା କେନ୍ଦ୍ର ଏହାର ସଂଯୋଜନା କରୁଥିବା ବେଳେ 21ଟି ରାଜ୍ୟର 69 ଜିଲ୍ଲାରୁ 24 ହଜାର ବ୍ୟକ୍ତିଙ୍କ ନିକଟରୁ ନମୁନା ସଂଗ୍ରହ ହେବାର ଯୋଜନା ରହିଛି ।

ରାୟଗଡା ପହଞ୍ଚିଲା ICMR ଟିମ୍‌, ସଂଗ୍ରହ ହେଲା 400 ରକ୍ତ ନମୁନା

ଭାରତର 21ଟି ରାଜ୍ୟର 69ଟି ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମଆର ନିଷ୍ପତ୍ତି ନେଇଥିବା ବେଳେ ତାଲିକାରେ ଓଡ଼ିଶାର 3ଟି ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ ଓ ଗଞ୍ଜାମ ରହିଛି । ସଂଗ୍ରହ ହୋଇଥିବା ରକ୍ତ ନମୁନା ପୁଣେସ୍ଥିତ ଜାତୀୟ ଭୂତାଣୁ ବୈଜ୍ଞାନିକ ଅଧ୍ୟୟନ ସଂସ୍ଥା (ଏନ୍ଆଇଭି) ଦ୍ବାରା ଗବେଷଣା କରାଯିବ । ପରୀକ୍ଷା ସମୟରେ କୋରୋନା ସଂସ୍ପର୍ଶରେ ଆସିଥବା ଏବଂ ନ ଆସିଥିବା ବ୍ୟକ୍ତିଙ୍କ ଦେହରେ କୋରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି କେତେ ରହିଛି ସେ ଦିଗରେ ବିଶେଷଜ୍ଞ ଟିମ ଅନୁଧ୍ୟାନ କରିବ । ଓଡ଼ିଶାରେ ଆକ୍ରାନ୍ତ 70 ପ୍ରତିଶତ ରୋଗୀଙ୍କ ନିକଟରେ କୋରୋନା ଲକ୍ଷଣ ନଥିବାରୁ ଏହି ପରୀକ୍ଷଣ ଲାଭଦାୟକ ହେବ ବୋଲି ଟିମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details