ଓଡିଶା

odisha

ETV Bharat / state

କୋଭିଡ-19 ମୁକାବିଲା ପାଇଁ ରାୟଗଡାରେ ଆଇସିଏମଆର ଟିମ - ICMR team in Rayagada

ରବିବାର ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଏହି ଆଣ୍ଟିବଡି ଟେଷ୍ଟ । ଏଥିପାଇଁ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଡକ୍ଟର ଦାଶରଥି ଦାସଙ୍କ ନେତୃତ୍ଵରେ 25 ଜଣିଆ ଟିମ ରାୟଗଡା ଜିଲ୍ଲାର 10ଟି ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରିବେ ।

icmr-team-in-rayagada-for-fight-of-covid-19
କୋଭିଡ-19 ମୁକାବିଲା ପାଇଁ ରାୟଗଡାରେ ଆଇସିଏମଆର ଟିମ

By

Published : May 17, 2020, 12:08 AM IST

ରାୟଗଡା: କୋଭିଡ-19 ମୁକାବିଲା ଲାଗି ରାୟଗଡ଼ାରେ ପହଞ୍ଚିଛନ୍ତି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଟିମ୍ । ଏହି ଟିମ ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ସାମୂହିକ ଭାବେ ସଂଗ୍ରହ କରିବ ୪୦୦ ରକ୍ତ ନମୁନା । ସଂଗୃହୀତ ରକ୍ତ ନମୁନାରେ କୋରୋନା ରୋଗ ପ୍ରତି‌ଷେଧକ ଶକ୍ତିର ପରିମାଣ ସହ ଇମନୋଗ୍ଲୋବିନ୍-ଜି ଓ ଇମନୋଗ୍ଲୋବିନ୍ ଏମ୍ ରହିଛି କି ନାହିଁ ସେ ଦିଗରେ ଅନୁସନ୍ଧାନ କରିବ ଏହି ଟିମ୍ ।

ଭାରତର ୨୧ଟି ରାଜ୍ୟର ୬୯ଟି ଜିଲ୍ଲାରୁ ନମୁନା ସଂଗ୍ରହ ପାଇଁ ଆଇସିଏମଆର ନିଷ୍ପତ୍ତି ନେଇଥିବା ବେଳେ ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ରାୟଗଡ଼ା, କୋରାପୁଟ, ଗଞ୍ଜାମ ରହିଛି । ଭାରତର ବିଭିନ୍ନ ରାଜ୍ୟରେ କୋରୋନାର ସ୍ଥିତି, ଲକ୍ଷଣ ଓ ସଂକ୍ରମଣ ସଂପର୍କରେ ଅନୁସନ୍ଧାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ସହଯୋଗରେ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଗୋଷ୍ଠୀ ଭିତ୍ତିକ ରକ୍ତ କଣିକା ସର୍ବେକ୍ଷଣ ଆରମ୍ଭ କରିଛି ।

କୋଭିଡ-19 ମୁକାବିଲା ପାଇଁ ରାୟଗଡାରେ ଆଇସିଏମଆର ଟିମ

ଆସନ୍ତାକାଲି(ରବିବାର) ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଏହି ଆଣ୍ଟିବଡି ଟେଷ୍ଟ । ଏଥିପାଇଁ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଡକ୍ଟର ଦାଶରଥି ଦାସଙ୍କ ନେତୃତ୍ଵରେ 25 ଜଣିଆ ଟିମ ରାୟଗଡା ଜିଲ୍ଲାର 10ଟି ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରିବେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details