ଓଡିଶା

odisha

ETV Bharat / state

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା: ନ୍ୟାୟ ଦାବିରେ ଫାର୍ମାସୀ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ମାର୍ଚ୍ଚ - pharmasi students candle march

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ଫାର୍ମାସୀ ଛାତ୍ରଛାତ୍ରୀଙ୍କ କ୍ୟାଣ୍ଡେଲ ମାର୍ଚ୍ଚ । ପରିବାରକୁ ନ୍ୟାୟ ଓ ଦୋଷୀକୁ ଶୀଘ୍ର ଫାଶୀ ଦଣ୍ଡାଦେଶ ପାଇଁ ଦାବି। ଅଧିକ ଖବର ପଢନ୍ତୁ...

candle rally
ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା,ନ୍ୟାୟ ପାଇଁ ଫାର୍ମାସୀ ଶିକ୍ଷାର୍ଥୀଙ୍କ କ୍ୟାଣ୍ଡେଲ ମାର୍ଚ୍ଚ

By

Published : Dec 4, 2019, 9:38 PM IST

ରାୟଗଡା: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ବର୍ତ୍ତମାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସୋନ୍ତୋଷ ପ୍ରକାଶ ପାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରାଯାଉଛି।

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା,ନ୍ୟାୟ ପାଇଁ ଫାର୍ମାସୀ ଶିକ୍ଷାର୍ଥୀଙ୍କ କ୍ୟାଣ୍ଡେଲ ମାର୍ଚ୍ଚ

ଏହି ଘଟଣାକୁ ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛି ସେଞ୍ଚୁରିୟାନ ବିଶ୍ବବିଦ୍ୟାଳୟ ଫାର୍ମସୀ ବିଭାଗର ଛାତ୍ରଛାତ୍ରୀ । ଏହି ଛାତ୍ରଛାତ୍ରୀ ମାନେ ହାଇଦ୍ରାବାଦର ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପାଇଁ ଏକ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ କରିଛନ୍ତି।

ଶୋଭାଯାତ୍ରାଟି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକଠାରୁ ବାହାରି କପିଳାସ ଛକ ଯାଏଁ ଚାଲିଥିଲା । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପୂର୍ବକ ଦୃଷ୍ଟାନ୍ତ ମୂଳକ ବିଚାର ବିଭାଗୀୟ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଏପରି ଅପରାଧିଙ୍କ ଉପରେ ଲଗାମ ଲଗାଯାଇପାରିବ ବୋଲି ଫାର୍ମସୀ ଛାତ୍ରଛାତ୍ରୀ ବାର୍ତ୍ତା ଦେଇ ସହର ପରିକ୍ରମା କରିଛନ୍ତି।

ଏହି ଶୋଭାଯାତ୍ରାରେ ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡଃ. ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ନିହାର ରଞ୍ଜନ କର, ପ୍ରମୁଖ ଉପସ୍ଥିତ ରହିଥିଲେ। ଶୋଭାତ୍ରାରେ ୨୦୦ରୁ ଉର୍ଦ୍ଧ୍ବ ଫାର୍ମସୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details