ରାୟଗଡ଼ା:ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃ୍ତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କାଶିପୁର ବ୍ଲକ ଶଙ୍କର ଅଡା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ । ଟିକିରି ଅଞ୍ଚଳରର କୃଷ୍ଣ ମାଝି ନିଜ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । କୃଷ୍ଣ ମାଝି ମଦ ନିଶାରେ ରାଗରେ ତମ ତମ ହୋଇ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ପରେ ଅଭିଯୁକ୍ତକୁ ଟିକିରି ଥାନାରେ ଅଟକ ରଖାଯାଇଛି ।
ସୂଚନା ଅନୁଯାୟୀ, କୃଷ୍ଣ ମାଝିଙ୍କ ପ୍ରଥମ ସ୍ତ୍ରୀ ମରି ଯାଇଥିବା ବେଳେ ସେ ଚଣା ପୁକେଲ ଗ୍ରାମର ହାକ ମାଝିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଉଭୟଙ୍କ ବିବାହ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇ ନଥିଲା । କୃଷ୍ଣ ସବୁ ସମୟରେ ମଦ୍ୟପାନ କରି ଘରେ ଝଗଡ଼ା କରୁଥିଲେ ଯାହା ଫଳରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ନିଜ ବାପ ଘରକୁ ଚାଲି ଯାଇଥିଲେ । ଏହା ପରେ କୃଷ୍ଣ ମାଝି ତାଙ୍କ ଗାଁର ଏକ ଛୋଟ ଝିଅ ମିନି ମାଝିକୁ ଲାଳନ ପାଳନ କରିଥିଲେ । ମିନି ମାଝିକୁ ନେଇ କେବେ କେବେ କୃଷ୍ଣ ମାଝି ତାଙ୍କ ସ୍ତ୍ରୀ ପାଖକୁ ଯାଇଥାନ୍ତି । ଗତକାଲି ଉଭୟ କୃଷ୍ଣ ମାଝି ଓ ତାଙ୍କ ପାଳିତା ଝିଅ ମିନି ମାଝି ଉଭୟ ଚଣା ପୁକେଲ ଗ୍ରାମ ଅର୍ଥାତ ତାଙ୍କ ଦ୍ବିତୀୟ ସ୍ତ୍ରୀ ହାକ ମାଝିଙ୍କ ଘରକୁ ଯାଇଥିଲେ ।