ଓଡିଶା

odisha

By

Published : Nov 8, 2022, 10:04 PM IST

ETV Bharat / state

ପରକୀୟାପ୍ରୀତି ସନ୍ଦେହ, ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ୱାମୀ

ପରକୀୟାପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ଛୁରୀଭୂଷି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡା ଗ୍ରାମରେ। ଅଧିକ ପଢ଼ନ୍ତୁ

ପରକୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ :  ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ପରକୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ପରକୀୟାପ୍ରୀତି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ଛୁରୀଭୂଷି ହତ୍ୟା କଲା ସ୍ୱାମୀ (Husband killed wife in Rayagada)। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ କତାଗୁଡା ଗ୍ରାମର ରାଧା କୌଶଲ୍ୟା ବୋଲି ଜଣା ପଡ଼ିଛି ।

ସୂଚନାନୁସାରେ ରାଧାଙ୍କ ଚରିତ୍ରକୁ ନେଇ ସ୍ଵାମୀ ନୀଳକଣ୍ଠ ସବୁବେଳେ ସନ୍ଦେହ କରୁଥିଲା । ଏନେଇ ଅନେକ ସମୟରେ ପତ୍ନୀ ରାଧାଙ୍କୁ ମାରପିଟ କରୁଥିଲା । ଏହାକୁ ସହି ନପାରି ରାଧା ନିଜ ପିଲାଙ୍କୁ ନେଇ ବାପଘରକୁ ଚାଲି ଆସିଥିଲେ ରାଧା । ହେଲେ ବାପଘରେ କିଛିଦିନ ରହିବା ପରେ ନୀଳକଣ୍ଠ ଯାଇ ରାଧାଙ୍କୁ ପୁଣି ଘରକୁ ନେଇ ଆସିଥିଲା ।

ପରକୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ତେବେ ଘରକୁ ଆସିବାର କିଛିଦିନ ପରେ ପୁଣିଥରେ ନୀଳକଣ୍ଠ ରାଧାଙ୍କ ସହ ପାଟିତୁଣ୍ଡ କରିଥିଲା । ଏପରିକି ରାଧାଙ୍କ ଚରିତ୍ରକୁ ସନ୍ଦେହ କରି ଅନେକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା । ହେଲେ ଆଜି(ମଙ୍ଗଳବାର) ସକାଳେ ପୁଣିଥରେ ରାଧାଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ନେଇ ନୀଳକଣ୍ଠ ସନ୍ଦେହ କରିଥିଲା।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ନୀଳକଣ୍ଠ ଉତକ୍ଷୀପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ରାଧାଙ୍କୁ ଆକ୍ରମଣ କରିଥିଲା । ରାଧାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବାର ଦେଖି ନୀଳକଣ୍ଠ ସେଠାରୁ ଫେରାର ହୋଇଯାଇଥିଲା ।

ଗ୍ରାମବାସୀ ଏହା ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପରେ ଅଭିଯୁକ୍ତ ନୀଳକଣ୍ଠକୁ ଅଟକ ରଖିଛି ପୋଲିସ । ତେବେ ଏହି ଘଟଣାକୁ ନେଇ ମୃତ ରାଧାଙ୍କ ପରିବାର ଲୋକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରିଛନ୍ତି ।

ରାଧାଙ୍କ ପରିବାରକୁ ନଜଣାଇ ପୋଲିସ ମୃତଦେହ ଜବତ କରିଥିବା ଅଭିଯୋଗ ହୋଇଛି । ଏହାସହ ଅଭିଯୁକ୍ତ ନୀଳକଣ୍ଠ ନାଁରେ ଏଯାଏଁ ମାମଲା ରୁଜୁ କରିନି ପୋଲିସ। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ଅନ୍ୟପକ୍ଷରେ ରାଧାଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details