ରାୟଗଡା: ସହରର ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଧାନ ମିଲ ସମ୍ମୁଖ ବୁଦା ମୂଳରୁ ନର କଙ୍କାଳ ଠାବ । ହତ୍ୟା କିମ୍ବା ଆତ୍ମହତ୍ୟା ଅଷ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମିଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏକ ବୁଦା ମଧ୍ୟରୁ ନର କଙ୍କାଳ ଠାବ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ନିକଟସ୍ଥ ଗଛରେ ଏକ ପ୍ଲାଷ୍ଟିକ ରଶି ଝୁଲୁଥିବାରୁ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବେ ଏକ କୁକୁର, କଙ୍କାଳର ମୁଣ୍ଡକୁ ମିଲ୍ ସାମ୍ନାକୁ ଆଣିଥିଲା । କିନ୍ତୁ ମିଲ୍ ମାଲିକ ଥାନାରେ ଅଭିଯୋଗ ନକରି ଏହାକୁ ମିଲ୍ ପଛପଟେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।