ଓଡିଶା

odisha

ଲଗାଣ ବର୍ଷାରେ ଭୁଶୁଡିଲା ଘର, ସରକାରୀ ସହାୟତା ପାଇଁ ଦାବି

ରାୟଗଡ଼ାରେ ଲଘୁଚାପ ଜନିତ ବର୍ଷା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଚ୍ଚା ଘରଗୁଡ଼ିକ ଭୁଶୁଡି ଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

By

Published : Aug 21, 2022, 9:57 AM IST

Published : Aug 21, 2022, 9:57 AM IST

house collapsed due to heavy rain in rayagada
ଲଗାଣ ବର୍ଷାରେ ଭୁଷୁଡିଗଲା ଘର, ସରକାରୀ ସହାୟତା ପାଇଁ ଦାବି

ରାୟଗଡ଼ା: ଲଗାଣ ବର୍ଷାରେ ଭାଙ୍ଗିଲା ଘର (house collapsed due to heavy rain in rayagada ) । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାର (heavy rainfall in rayagada) ବିଭିନ୍ନ ଅଞ୍ଚଳରେ କଚ୍ଚା ଘର ଗୁଡିକ ଭାଙ୍ଗିଯାଇଛି । ମୁନିଗୁଡା ବ୍ଲକର ଆଗୁଳ ଗ୍ରାମରେ କେତେକ ଲୋକଙ୍କ ଘର କାନ୍ଥ ଭୁଶୁଡି ପଡିଛି ।

ଲଗାଣ ବର୍ଷାରେ ଭୁଶୁଡିଲା ଘର

ଉକ୍ତ ଗ୍ରାମର ପରମାନନ୍ଦମାଝି, ଜଟିଆ ମିନିଆକା,ସରୋଜନି ପିସିକାକା ଓ ବଜ୍ର କୁଟ୍ରକାଙ୍କ ଘର କାନ୍ଥ ଭୁଶୁଡି ପଡିଛି । ସମସ୍ତେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ତେବେ ହଠାତ ପ୍ରବଳ ବର୍ଷା ସବୁ ଉଜାଡି ଦେଇଥିଲା । ବର୍ଷାରେ ଘର କାନ୍ଥ ଭୁଶୁଡି ପଡିବାରୁ ନିରୁପାୟ ହୋଇ ଭଙ୍ଗାଘରେ ବିପଦଜନକ ଭାବେ ରହିଛନ୍ତି ପରମାନନ୍ଦ । କେବଳ ପରମାନନ୍ଦ ନୁହନ୍ତି ଗ୍ରାମର ଜଟିଆ ମିନିଆକା ,ସରୋଜନି ପିସିକାକା ଓ ବଜ୍ର କୁଟ୍ରକାଙ୍କ ମଧ୍ୟ ସମ ଦଶା । କୁଲି ଭୁତି କାଲେ ଘର ଚାଲେ ନହେଲେ ଓଳିଏ ଖାଇଲେ ଆରଓଳି ଓପାସ । ଏଭଳି ସ୍ଥିତିରେ ଲଗାଣ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଖଣ୍ଡିକ ମଧ୍ୟ ଭାଙ୍ଗି ଯିବାରୁ ଚିନ୍ତାରେ ପଡିଯାଇଛନ୍ତି ସେମାନେ । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details