ଓଡିଶା

odisha

ETV Bharat / state

ଜାଡରେ ଜଡସଡ ନିୟମଗିରୀ, ଡଙ୍ଗରିଆଙ୍କ ଶୀତ ଛଡାଉଛି ନିଆଁ ଉମ୍ଭେଇ - dangaria tribal

ରାୟଗଡାର ୪୫୦୦ ଫୁଟ ଉଚ୍ଚରେ ପହିଛି ନିୟମଗିରି । ଯେଉଁଠି ଅଳସ ଭାଙ୍ଗେ ଶୀତ । ଏଠାକାର ମନରୋମ ପରିବେଶ ବେଶ ଆତ୍ମବିଭୋର ଅଟେ । ତେବେ ନିୟମଗିରିରେ ଶୀତର ପ୍ରକୋପ ପରଖିବା ପାଇଁ ଆମେ ପହଁଞ୍ଚିଥିଲୁ ଖମ୍ବେଶୁ ଗାଁରେ...

ଜାଡରେ ଥରୁଛି ନିୟମଗିରୀ, ଡଙ୍ଗରିଆଙ୍କ ଶୀତ ଛଡାଉଛି ନିଆାଁ ଉମ୍ଭେଇ
ଜାଡରେ ଥରୁଛି ନିୟମଗିରୀ, ଡଙ୍ଗରିଆଙ୍କ ଶୀତ ଛଡାଉଛି ନିଆାଁ ଉମ୍ଭେଇ

By

Published : Nov 12, 2020, 10:07 PM IST

Updated : Nov 13, 2020, 7:10 AM IST

ରାୟଗଡା:ନିୟମଗିରିରେ ଏବେ ରାଜୁତି କରୁଛି ଶୀତ । ସନ୍ଧ୍ୟା ନଇଁ ଆସିଲେ ବଦଳୁଛି ଅଞ୍ଚଳର ଚିତ୍ର । ଆବାଳ ବୃନ୍ଧ ବନିତାଙ୍କ ସାହାରା ପାଲଟିଛି ‘ନିଆଁ’ । ସମୁଦ୍ର ପତନ ଠାରୁ ୪୫୦୦ ଫୁଟ ଉଚ୍ଚରେ ରହିଛି ପ୍ରକୃତିର ଭୁଃସ୍ୱର୍ଗ ତଥା ଆଦିମ ଜନଜାତି ଡ଼ଙ୍ଗରିଆଙ୍କ ବାସ ସ୍ଥଳୀ ନିୟମଗିରିର ଏହି ଖମ୍ବେଶୁ ଗାଁ ।

ଜାଡରେ ଜଡସଡ ନିୟମଗିରୀ, ଡଙ୍ଗରିଆଙ୍କ ଶୀତ ଛଡାଉଛି ନିଆଁ ଉମ୍ଭେଇ

ଏଠାରେ ବର୍ଷା ଯେମିତି ଶୀତ ମଧ୍ୟ ଠିକ ସେମିତି ଅନୁଭବ ହୁଏ । ପାହାଡ ଉପରୁ ଝରୁଥିବା ଝରଣାର ପ୍ରଭାବରେ ଅନୁଭୁତ ହୁଏ କୋହଲିଆ ପବନ । ଶୀତ ଦିନର କଅଁଳିଆ ଖରାରେ ଦିନ ତମାମ ଡ଼ଙ୍ଗରରେ ଖଟି ସନ୍ଧ୍ୟାରେ ଘରକୁ ଫେରିବା ପରେ ହାଡଭଙ୍ଗା ଶୀତ ସତେ ଯେମିତି ଅସ୍ତବ୍ୟସ୍ଥ କରି ପକାଇଥାଏ ଡଙ୍ଗରିଆ ଜନ ଜୀବନକୁ । ଶୀତ ଦାଉରୁ ରାକ୍ଷା ପାଇବା ପାଇଁ ଏକ ମାତ୍ର ସାହାରା ପାଲଟିଛି ନିଆଁ । ଯାହା ଦେଖିବାକୁ ମିଳେ ପ୍ରତ୍ୟେକ ଡଙ୍ଗରିଆଙ୍କ ଘର ଅଗଣାରେ ।

ଜାଡରେ ଥରୁଛି ନିୟମଗିରୀ, ଡଙ୍ଗରିଆଙ୍କ ଶୀତ ଛଡାଉଛି ନିଆାଁ ଉମ୍ଭେଇ

ନିଆଁ ଜାଳି ଶିତର ଦାଉରୁ ରକ୍ଷା ପାଇବା ପାଇଁ ପ୍ରୟାସ ଫଳରେ ଡଙ୍ଗରିଆ ଦିନ ତମାମ ଡଙ୍ଗରରୁ ସଂଗୃହିତ ଲଘୁ ବନଜାତଦ୍ରବ୍ୟକୁ ମିଳିମିଶି କାମ କରିବାରେ ମଧ୍ୟ ନିଆଁ ସହାୟକ ହୋଇଥାଏ । ତେବେ ନିୟମଗିରିରେ ଶୀତର ପ୍ରକୋପ ପରଖିବା ପାଇଁ ଆମେ ପହଁଞ୍ଚିଥିଲୁ ଖମ୍ବେଶୁ ଗାଁରେ...

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Nov 13, 2020, 7:10 AM IST

ABOUT THE AUTHOR

...view details