ଓଡିଶା

odisha

ETV Bharat / state

ରାୟଗଡାରେ ଆକାଶରୁ ଖସୁଛି ନିଆଁବର୍ଷା, ପାରଦ ଛୁଇଁଲା 45 ଡିଗ୍ରୀ - rayagada

ସପ୍ତାହକ ମଧ୍ୟରେ ରାୟଗଡା ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ବୃଦ୍ଧି ହୋଇ 45 ଡିଗ୍ରୀରେ ପହଁଞ୍ଚିଲାଣି । ଜିଲ୍ଲାଟା ସାରା ବର୍ଷୁଛି ନିଆଁ, ସତେ ଯେମିତି ନିଆଁ ଝୁଲ ଖସୁଛି ଆକାଶମାର୍ଗରୁ । ତା’ ସାଙ୍ଗକୁ ଦକ୍ଷିଣ ପଶ୍ଚିମ ଝାଞ୍ଜି ପବନ ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଡିଜାଇନ ଫଟୋ

By

Published : May 14, 2019, 11:02 PM IST

Updated : May 15, 2019, 4:26 PM IST

ରାୟଗଡା: ସାରା ରାଜ୍ୟ ସମେତ ଶିଳ୍ପାୟନର ସହର ରାୟଗଡ଼ାରେ ମଧ୍ୟ ଗ୍ରୀଷ୍ମର ରାଜୁତି । ପାରଦ 45 ଡିଗ୍ରୀ ଉପରେ ଥିବା ବେଳେ ଦିନ ୧୧ ଟାରୁ ରାସ୍ତା ଘାଟ ଶୁନଶାନ ହୋଇଯାଉଛି । ଲୁ ପ୍ରଭାବ ଯୋଗୁଁ ଲୋକେ ଘରୁ ବାହାରିବାକୁ ନିରାପଦ ମଣୁନାହାଁନ୍ତି ଜିଲ୍ଲାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହା ମଧ୍ୟ ପଢ଼ନ୍ତୁ: ତାତିରୁ ତ୍ରାହି ଦେଉଛି ଯାଜପୁରର ଦେଶୀ ତରଭୁଜ

ପ୍ରଖର ସୂର୍ଯ୍ୟ କିରଣ ସାଙ୍ଗକୁ ଦେହ ଜାଳିଦେଲା ଭଳି ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ । ଗୋଟିଏ ସପ୍ତାହ ମଧ୍ୟରେ ରାୟଗଡା ଜିଲ୍ଲାର ତାପମାତ୍ରା 40 ଡିଗ୍ରୀରୁ ବୃଦ୍ଧି ପାଇଁ 45 ଡିଗ୍ରୀରେ ପହଞ୍ଚିଲାଣି । ଗରମ ଓ ଗୁଳୁଗୁଳି ସାଙ୍ଗକୁ ଦକ୍ଷିଣ ପଶ୍ଚିମ ଲୁ’ର ପ୍ରବାହରେ ହନ୍ତସନ୍ତ ହୋଇପଡିଛନ୍ତି ଲୋକେ । ବିଗତ ୨୦ ବର୍ଷ ମଧ୍ୟରେ ଏଭଳି ତାତି ଅନୁଭବ ହୋଇନଥିବା ଲୋକେ କହୁଥିବା ବେଳେ ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ଫନି ପରେ ରାୟଗଡା ଜିଲ୍ଲାବାସୀଙ୍କୁ ଗ୍ରୀଷ୍ମ ଲହରୀ ଅତିଷ୍ଟ କରିଦେଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଲୁ ପ୍ରବାହ ଉତ୍ତାପକୁ ଦ୍ୱିଗୁଣିତ କରିଛି । ଏଭଳି ସ୍ଥିତିରେ ସହରର ଥଣ୍ଡା ପାନୀୟ ଦୋକାନ ଓ ପଥପ୍ରାନ୍ତ ଜଳ ଛତ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଲିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 15, 2019, 4:26 PM IST

ABOUT THE AUTHOR

...view details