ଓଡିଶା

odisha

ନିର୍ଯାତନା ଅଭିଯୋଗରେ ଡାକ୍ତରଙ୍କ ବଦଳି, ପ୍ରତିବାଦ କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

By

Published : Nov 8, 2022, 10:16 AM IST

ରାୟଗଡା ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କ ବିରୁଦ୍ଧରେ ନିର୍ଯାତନା ମାମଲା । ଏହାକୁ ପ୍ରତିବାଦ କରି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ । ଅଧିକ ପଢନ୍ତୁ

ନିର୍ଯାତନା ଅଭିଯୋଗରେ ଡାକ୍ତରଙ୍କ ବଦଳି, ପ୍ରତିବାଦ କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ
ନିର୍ଯାତନା ଅଭିଯୋଗରେ ଡାକ୍ତରଙ୍କ ବଦଳି, ପ୍ରତିବାଦ କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ରାୟଗଡା: ଜିଲ୍ଲାର ଗୁଣୁପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କ ବିରୁଦ୍ଧରେ ଆସିଥିବା ଶାରିରୀକ ତଥା ମାନସିକ ନିର୍ଯାତନା ଅଭିଯୋଗର ପ୍ରତିବାଦ କରିଛି ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ । ଆକ୍ରୋଶମୂଳକ ଭାବେ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ହିମାଂଶୁ ଦାସଙ୍କୁ ବଦଳି କରାଯାଇଥିବା ଅଭିଯୋଗ କରି ସୋମବାର ଓଡ଼ିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ଜିଲ୍ଲାପାଳଙ୍କୁ ଭେଟି ୬ ଦଫା ଦାବିପତ୍ର ପ୍ରଦାନ କରିଛି ।

ନିର୍ଯାତନା ଅଭିଯୋଗରେ ଡାକ୍ତରଙ୍କ ବଦଳି, ପ୍ରତିବାଦ କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଏହି ଦାବିପତ୍ରରେ ସେଠାରେ କାର୍ଯ୍ୟରତ କମ୍ୟୁନିଟି ହେଲ୍‌ଥ ଅଫିସରମାନଙ୍କ କାର୍ଯ୍ୟସୂଚୀ କରିବା, ସ୍ବାସ୍ଥ୍ୟକର୍ମୀଙ୍କୁ ଅତିରିକ୍ତ ଶାରିରୀକ ତଥା ମାନସିକ ଚାପ ନଦେବା, ସିଡିଏମଓଙ୍କ ବିନା ଅନୁମତିରେ ୯ଜଣ କମ୍ୟୁନିଟି ହେଲ୍‌ଥ ଅଫିସର ଅଭିଯୋଗ ପ୍ରକୋଷ୍ଠକୁ ଯିବା ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ବଦଳିକୁ ନିଜର ବିଜୟ କହି ସୋସିଆଲ ମିଡ଼ିଆରେ ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା, ସେଲିବ୍ରେସନ କରି ବିଭାଗର କଥାକୁ ପଦାରେ ପକାଇବା, ୟୁନିଫର୍ମ ପାଇଁ କୌଣସି ଅତିରିକ୍ତ ସହାୟତା ରାଶି ଦିଆଯାଉନଥିବା ବେଳେ ୟୁନିଫର୍ମ ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ବାଧ୍ୟ କରାଯିବା ଆଦି ବିଭିନ୍ନ ୬ ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀ ସଂଘ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କମ୍ୟୁନିଟି ହେଲ୍‌ଥ ଅଫିସରଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ନକରି ଅଯଥାରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ହିମାଂଶୁ ଦାସଙ୍କ ବଦଳିକୁ ବିରୋଧ କରିଛି ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ବୈଜୟନ୍ତି ଖଟୁଆ, ଉପସଭାପତି ଦୀପ୍ତି ମହାନ୍ତି, ଇନ୍ଦିରା କମଣ୍ଡଳ ତଥା ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ସେମାନଙ୍କୁ ଉଚିତ୍ ନ୍ୟାୟ ନମିଳେ ତେବେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details