ଓଡିଶା

odisha

By

Published : Feb 12, 2020, 10:26 PM IST

ETV Bharat / state

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗ୍ରାମରେ ସତାନା ଜାକାକା ନାମକ ଜଣେ ବ୍ୟକ୍ତି, ନିଜ ପତ୍ନୀ ବାନାଇ ଜାକାକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

aa
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ରାୟଗଡା: ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ । ସେ ପୁଣି 45 ବର୍ଷର ସୁଖ ଦୁଃଖର ସାଥୀଙ୍କୁ ହତ୍ୟା କରିଛି ସ୍ୱାମୀ। ଏଭଳି କାଣ୍ଡ ଘଟିଛି ବିଳମ୍ବିତ ରାତିରେ । ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗ୍ରାମର ସତାନା ଜାକାକା, ନିଜ ପତ୍ନୀ ବାନାଇ ଜାକାକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।

ଗତ ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ରାତିରେ ଶୋଇଥିବା ଅବସ୍ଥାରେ କ୍ରୋଧକୁ ସମ୍ଭାଳି ନପାରି ସତାନା, ପତ୍ନୀ ବାନାଇ ଜାକାକାଙ୍କୁ ଟାଙ୍ଗିଆରେ ବେକ ଓ ମୁଣ୍ଡରେ ବାରମ୍ବାର ଆଘାତ କରିଚାଲିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ସେପଟେ ସ୍ତ୍ରୀକୁ ହତ୍ୟା କରିବା ପରେ ଗାଁ ଠାରୁ ୭ କିଲୋମିଟର ଟାଉନ ଥାନାକୁ ଚାଲି ଚାଲି ଆସି ନିଜେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ସ୍ବାମୀ । ପୋଲିସ ଖବର ପାଇ କଡିଙ୍ଗଗୁଡା ଗାଁରେ ପହଞ୍ଚି ଆହତ ବାନାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଗଭୀର କ୍ଷତ ଏବଂ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ତା' ଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details