ଓଡିଶା

odisha

ETV Bharat / state

ପିଲା ପାଇଁ ପୂଜା, ଅନ୍ଧବିଶ୍ବାସର ଅନ୍ଧ ଗଳିରେ ଆଦିବାସୀ ସମ୍ପ୍ରଦାୟ - rayagada district kumbhikota

ଏ ଗୋଟିଏ ଏମିତି ସ୍ଥାନ ଯେଉଁଠି ସନ୍ତାନ ସୁଖ ପାଇଁ ଦମ୍ପତି ଡାକ୍ତର ନୁହେଁ, ବରଂ ହାରତା ପୂଜା କରିଥାନ୍ତି । ଆଉ ମନସ୍କାମନା ପୂର୍ଣ୍ଣ ହେବାପରେ ବଳି ଦେଇ ଠାକୁରଙ୍କ ପୂଜା କରିବା ସହ ଗ୍ରାମବାସୀଙ୍କ ପାଇଁ ଭୋଜିର ବି ଆୟୋଜନ କରାଯାଇଥାଏ । ଅଧିକ ପଢନ୍ତୁ...

harata puja
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Feb 13, 2020, 3:01 PM IST

ରାୟଗଡା: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆଜି ବି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅନ୍ଧ ବିଶ୍ବାସ ଭରି ହୋଇ ରହିଛି । ଏକବିଂଶ ଶତାବ୍ଦୀରେ ଯେଉଁଠି ବିଜ୍ଞାନ ପ୍ରଗତି କରୁଛି, ମଣିଷ ମହାକାଶ ଯାତ୍ରା କରୁଛି ଏବଂ ଯୁଗ ସହିତ ତାଳ ଦେଇ ଆମ ସମାଜ ଆଗକୁ ବଢୁଛି ସେଠାରେ ଅନ୍ଧ ବିଶ୍ବାସ ଏକ କୁଞ୍ଚିତ ପରମ୍ପରା ଭଳି ଆମ ସମାଜରେ ଘର କରି ରହିଯାଇଛି । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗାଁର ଯାନୀ ଯାତ୍ରା ପାଇଁ ଏଠି କୌଣସି ପୂଜାର୍ଚ୍ଚନା ଚାଲିନି ବରଂ ସନ୍ତାନ ସୁଖ ପାଇଁ ପୂଜାର୍ଚ୍ଚନା କରୁଛନ୍ତି ରାୟଗଡା ଜିଲ୍ଲା କୁମ୍ଭୀକୋଟ ଗାଁର ଶୁକୃ ମିଣିଆକା ଏବଂ ତାଙ୍କ ସ୍ତ୍ରୀ ରୁଆଇ ମିଣିଆକା । ଏହାକୁ ହାରତା ପୂଜା ବା ଧରତୀ ପୂଜା କୁହାଯାଏ । ସନ୍ତାନ ସୁଖ ପାଇଁ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ନୀରିହ ପଶୁକୁ ବଳି ଦେଇ ଗାଁର ପୂଜାରୀ ଉପରେ ଭରଷା କରିଛନ୍ତି ଗାଁର ନୀରିହ ଆଦିବାସୀ । ପଶୁବଳି ବନ୍ଦ ହେବା ସତ୍ବେ ଏବେ ବି ଅନ୍ଧ ବିଶ୍ବାସ ପାଇଁ ନିପୀହ ଜୀବଜନ୍ତୁଙ୍କୁ ବଳି ଦେଉଛନ୍ତି ସେମାନେ । ଏହି ପୂଜା କାଲେ ନିସନ୍ତାନ ଦମ୍ପତି ସନ୍ତାନ ଲାଭ କରିଥାନ୍ତି ବୋଲି ଆଦିବାସୀଙ୍କ ମଧ୍ୟରେ ବିଶ୍ବାସ ରହିଛି । କେବଳ ସେତିକି ନୁହେଁ ଏହି ପୂଜା ଦ୍ଵାରା ପରିବାରର ସଦସ୍ୟ ଏବଂ ଶିଶୁ ରୋଗମୁକ୍ତ ରୁହନ୍ତି ବୋଲି ସେମାନଙ୍କ ଧାରଣା ରହିଛି ।

ତେବେ ଶୁକୃ ମିଣିଆକା ଏବଂ ତାଙ୍କ ସ୍ତ୍ରୀ ରୁଆଇ ମିଣିଆକା ୧୦ ବର୍ଷ ତଳେ ଧରତୀ ପେନୁ ନିକଟରେ ମାନସିକ କରିଥିଲେ ନ୍ତାନଟିଏ ହେଲେ ହାରତି ପୂଜା କରିବେ ବୋଲି । ଇତି ମଧ୍ୟରେ ପୁଅ ଜନ୍ମ ହୋଇ ତାକୁ ବର୍ଷେ ପୁରିବାକୁ ବସିଲାଣି । ପୂଜା ନକଲେ କାଳେ ଧରିଣୀ ପେନୁ ରାଗିବେ ଏବଂ ପୁଅର କିଛି ଅମଙ୍ଗଳ ହେବ ସେନେଇ ଦିଶାରି ଦେଇଥିବା ତିଥିରେ ଛେଳିଟିଏ ମାରି ହାରତି ପୂଜା କରୁଛନ୍ତି ସେ । ଏଥିସହ ଗାଁ ଭାଇଙ୍କୁ ଭୋଜି ଦେଇ ସନ୍ତୁଷ୍ଟ କରିଛନ୍ତି ଶୁକୃ ।

ତେବେ ରାୟଗଡା ଭଳି ପଛୁଆ ଜିଲ୍ଲାରେ ଅନ୍ଧ ବିଶ୍ବାସ ଯୋଗୁଁ ଗତ ୫ ବର୍ଷରେ ୩୦ ଉର୍ଦ୍ଧ ଜୀବନ ଯାଇସାରିଥିଲେ ମଧ୍ୟ ସଚେତନ ହେଉନାହାନ୍ତି ଏଠାକାର ଆଦିବେସୀ । ତେଣୁ ଏଦିଗରେ ସରକାର ଦୃଷ୍ଟି ଆକର୍ଷଣ କରି ସ୍ଵତନ୍ତ୍ର ଭାବରେ ସଚେତନା କର୍ଯକ୍ରମ କରିବା ଉଚିତ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details