ଓଡିଶା

odisha

Panchayat Poll: ନିର୍ବାଚନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

By

Published : Feb 10, 2022, 9:18 PM IST

ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦିବ୍ୟାଙ୍ଗ ନାଗାର୍ଜୁନ ପିଡିକା । ଅଧିକ ପଢନ୍ତୁ

Panchayat Poll: ନିର୍ବାଚନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ
Panchayat Poll: ନିର୍ବାଚନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

ରାୟଗଡ଼ା: ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦିବ୍ୟାଙ୍ଗ ନାଗାର୍ଜୁନ ପିଡିକା । ପିଲାଦିନରୁ ପୋଲିଓ ଆକ୍ରାନ୍ତ ଯୋଗୁଁ ନାଗାର୍ଜୁନଙ୍କ ଡାହାଣ ଗୋଡ଼ ଠିକ୍ ଭାବରେ କାମ କରୁନି । ଠେଙ୍ଗା ସାହାର୍ଯ୍ୟରେ ନାଗାର୍ଜୁନ ଚଳପ୍ରଚଳ ହେଉଥିବା ବେଳେ ନିଜ ଅଞ୍ଚଳରେ ଲୋକଙ୍କ ପାଇଁ ପିଲାଦିନରୁ ସରକାରୀ ବ୍ୟବସ୍ଥା ସହ ଲଢ଼େଇ କରିଆସୁଛନ୍ତି । ପଞ୍ଚାୟତର ବୃଦ୍ଧବୃଦ୍ଧା, ବିଧବାଙ୍କୁ ଭତ୍ତା ସହ ଅନ୍ୟ ଯୋଜନାର ସୁଫଳ ପ୍ରଦାନ କରିବାକୁ ନିଜେ ଅଟୋ ଭଡ଼ା କରି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି । ନାଗାର୍ଜୁନଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଆସୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ସମର୍ଥକଙ୍କ ପ୍ରସ୍ତାବ କ୍ରମେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Panchayat Poll: ନିର୍ବାଚନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

ହାଲୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାଗାର୍ଜୁନ ନାମାଙ୍କନ ଦାଖଲ କରିବା ପରେ ପ୍ରାର୍ଥୀପତ୍ର କାଏମ ରହିଥିଲା । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ନାଗାର୍ଜୁନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମିଳିଛି ଲଙ୍ଗଳ ଚିହ୍ନ । ଚିହ୍ନ ଆସିବା ପରେ ପ୍ରଚାର ପତ୍ର ଛପାଇ ନିଜ ସହଯୋଗୀଙ୍କ ସହ ଏବେ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ନାଗାର୍ଜୁନ। ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚାଇବା, ଲୋକଙ୍କ ଦୁଃଖ ଦୂର କରିବା ଏବଂ ସରକାରୀ ବ୍ୟବସ୍ଥା ସହ ଲଢ଼େଇ କରିବାକୁ ନାଗାର୍ଜୁନ ପ୍ରତିଶ୍ରୁତି ଦେବା ସହ ଥରେ ନିର୍ବାଚନରେ ଜିତାଇ ସୁଯୋଗ ଦେଲେ ଅପହଞ୍ଚ ଇଲାକାବାସୀଙ୍କ ସୁଖଦୁଃଖରେ ସାରଥୀ ସାଜିବେ ବୋଲି କହିଛନ୍ତି ।

ନାଗାର୍ଜୁନଙ୍କ ଏପରି କଥା ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ବହୁ ଲୋକ ମଧ୍ୟ ନାଗାର୍ଜୁନଙ୍କ ବିଜୟୀ ସୁନିଶ୍ଚିତ ବୋଲି କହିଛନ୍ତି । ନାଗାର୍ଜୁନ ନିର୍ବାଚନ ଲଢ଼ୁଥିବା ହାଲୁଆ ପଞ୍ଚାୟତ ରାୟଗଡ଼ା ବ୍ଲକର ପଛୁଆ ଅଞ୍ଚଳ ଭାବେ ପରିଚିତ । ପଞ୍ଚାୟତର ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ନାହିଁ । ମୋବାଇଲ୍, ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ ପାଲଟିଛି । ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବହୁ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତା ହିଁ ଯାତାୟାତର ମାଧ୍ୟମ ପାଲଟିଛି । ବର୍ଷା ଦିନେ ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟ ହେଉଛି ଯେ, ଗାଡ଼ି, ସାଇକେଲ ତ ଦୂରର କଥା ଚାଲି ଚାଲି ଯିବା ମଧ୍ୟ କଷ୍ଟକର । ଫଳରେ ଜରୁରି ସମୟରେ ଲୋକେ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଶହଶହ ଯୋଜନା ପରେ ବି ଆଦିବାସୀ ଇଲାକା ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିନଥିବାରୁ ହାଲୁଆର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ ନାଗାର୍ଜୁନ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details