ରାୟଗଡା: ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ସ୍ଥାୟୀ ନିଯୁକ୍ତି ସମସ୍ୟା । ଏନେଇ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀ ,ସ୍ୱାସ୍ଥ୍ୟ ସଚିବ ଓ 5 ଟି ସଚିବଙ୍କୁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ । ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସ୍ଥାୟୀ ଡାକ୍ତର ସ୍ଥାୟୀ ନିଯୁକ୍ତି ସମସ୍ୟା ଚାଲି ଆସିଛି । ଗୁଣୁପୁରର ନିର୍ବାଚିତ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବିଫଳତା ଯୋଗୁଁ ଏଠାରେ ଗୁଣୁପୁର ସଦର ହସ୍ପିଟାଲ ସବ ଡିଭିଜନର ମାନ୍ୟତା ପାଇବା ପରେ ମଧ୍ୟ ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଇ ନାହିଁ । ଫଳରେ ଏଠାରେ 19 ଡାକ୍ତରଙ୍କ ବଦଳରେ ଆଜି ମାତ୍ର ୩ ଜଣ ଡାକ୍ତର ଅଛନ୍ତି । ଯାହା ଫଳରେ ଉପଖଣ୍ଡର 600ରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ସ୍ବାସ୍ଥ୍ୟ ସମସ୍ୟାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାର ବାର ଜଣାଇବା ପରେ ମଧ୍ୟ ଉପଖଣ୍ଡ ହସ୍ପିଟାଲରେ 19 ବଦଳରେ ଆଜିଯାଏଁ 3 ଡାକ୍ତରକୁ ନେଇ ଅଛନ୍ତି ଗୁଣୁପୁର ସହରବାସୀ । ଫଳରେ ଲୋକେ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ରହ୍ମପୁର, କଟକ ଓ ବିଶାଖାପାଟଣାକୁ ଯିବାକୁ ପଡୁଛି । ଗତ ଦିନରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ଅନୁରୂପ ଦାବି ପତ୍ର ରାୟଗଡା ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ଜଣାଇବାରୁ ଜିଲ୍ଲାପାଳ ସିଂ ମୋ ହାତରେ କିଛି ନାହିଁ ମୁଁ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇବି ବୋଲି କହି ହାତ ଟେକି ଦେଇ ଥିଲେ । ଯଦି ଜିଲ୍ଲାପ୍ରଶାସନିକ ଅଧିକାରୀଙ୍କ ଠାରୁ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଏଭଳି ଉତ୍ତର ମିଳେ ତେବେ ଲୋକଙ୍କ ସମସ୍ୟାରେ କେଉଁ ମାନେ ଜିଲ୍ଲାପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଗୁଣୁପୁର ସହରବାସୀ ।