ଭୁବନେଶ୍ବର: ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ କୋରୋନା ପଜିଟିଭ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବା ପାଇଁ ନିବେଦନ କରିଛନ୍ତି ।
କୋରୋନା ପଜିଟିଭି ହେବା ପରେ ବିଧାୟକ ନିଜ ଗୁଣପୁର ସ୍ଥିତ ଘରେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି । ସେପଟେ ବିଜେଡି ବିଧାୟକ ରଘୁନାଥ ଗମାଙ୍ଗ କୋରୋନା ପଜିଟିଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରିଛନ୍ତି ।