ରାୟଗଡା: କଲେଜ ଫି ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ । ରାୟଗଡା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟରେ ନିର୍ଦ୍ଧାରିତ କଲେଜ ଫି କୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଗୁଣୁପୁର ମହାବିଦ୍ୟାଳୟରେ ଫି ବୃଦ୍ଧିକୁ ନେଇ ଛାତ୍ର ଅସନ୍ତୋଷ
ରାୟଗଡା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟରେ ନିର୍ଦ୍ଧାରିତ କଲେଜ ଆଡମିଶନ ଫି ବୃଦ୍ଧି କୁ ନେଇ ଛାତ୍ର ଅସନ୍ତୋଷ । ଏନେଇ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...
ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷରେ ଯେଉଁ ଛାତ୍ର ଛାତ୍ରୀ ମାନେ ଧନ୍ଦାମୂଳକଶିକ୍ଷାରେ ଆଡମିଶନ ହୋଇଛନ୍ତି । ସେମାନଙ୍କ ଫି ହ୍ରାସ କରିବା ଦାବୀ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ମଙ୍ଗଳବାର ଏନେଇ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଗୁଣୁପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବାମଦେବ ମିଶ୍ରଙ୍କୁ ଅବଗତ କରାଇବାରୁ କଲେଜ ଫି ବୃଦ୍ଧି କରାଯାଇନାହିଁ । ଧନ୍ଦାମୂଳକ ଶିକ୍ଷା ଅନୁସାରେ ଯେଉଁ ଛାତ୍ରଛାତ୍ରୀ ମାନେ ଆଡମିଶନ ହୋଇଛନ୍ତି । ନିର୍ଦ୍ଧାରିତ ଫି ଦାଖଲ କରିବାକୁ ହେବ । ଏଥିରେ କଲେଜ କର୍ତ୍ତୃପକ୍ଷଙ୍କ କିଛି ଭୂମିକା ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ