ଓଡିଶା

odisha

ETV Bharat / state

ଲକଡାଉନ ପୂର୍ବରୁ ରାୟଗଡା ଜିଲ୍ଲାପାଳଙ୍କ ଗ୍ରାଉଣ୍ଡ ଜିରୋ ସମୀକ୍ଷା - ରାୟଗଡା ଲକଡାଉନ

ମଙ୍ଗଳବାର ରାୟଗଡା ଜିଲ୍ଲାକୁ ଲକଡାଉନ ଘୋଷଣା ପରେ ଗ୍ରୋସରୀ ଓ ବ୍ୟାଙ୍କରେ ଭିଡ ଦେଖିବାକୁ ମିଳିଛି। ତେବେ ସରକାର ଏଟିଏମରେ ଟଙ୍କା ଭର୍ତ୍ତି ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ସହରର ବହୁ ଏଟିଏମ ଖରାପ ଓ ଲିଙ୍କ ଫେଲ ଥିବା ଦେଖିବାକୁ ମିଳିଛି ।

rayagada lockdown, rayagada latest news, Ground zero inspection by rayagada collector, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡା ଲକଡାଉନ, ରାୟଗଡା ଜିଲ୍ଲାପାଳଙ୍କ ଗ୍ରାଉଣ୍ଡ ଜିରୋ ସମୀକ୍ଷା
ଲକଡାଉନ ପୂର୍ବରୁ ରାୟଗଡା ଜିଲ୍ଲାପାଳଙ୍କ ଗ୍ରାଉଣ୍ଡ ଜିରୋ ସମୀକ୍ଷା

By

Published : Mar 24, 2020, 11:15 PM IST

ରାୟଗଡା: କୋରୋନା ମୁକାବିଲା ପାଇଁ ସାରା ଓଡିଶା ଲକଡାଉନ ଘୋଷଣା ପରେ ଗ୍ରୋସରୀ ଓ ବ୍ୟାଙ୍କରେ ଜନ ଗହଳି ଦେଖିବାକୁ ମିଳିଛି । ସେପଟେ ଲକଡାଉନ ପୂର୍ବରୁ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ଏସପି । ସୂଚନା ଅନୁଯାୟୀ କୋରୋନା ମୁକାବିଲା ପାଇଁ ସାରା ଦେଶ ତତ୍ପର ଥିବା ବେଳେ ଓଡିଶାକୁ ସମ୍ପୂର୍ଣ ଭାବେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଲକଡାଉନ ପୂର୍ବରୁ ରାୟଗଡା ଜିଲ୍ଲାପାଳଙ୍କ ଗ୍ରାଉଣ୍ଡ ଜିରୋ ସମୀକ୍ଷା

ଏନେଇ ମଙ୍ଗଳବାର ରାୟଗଡା ଜିଲ୍ଲାକୁ ଲକଡାଉନ ଘୋଷଣା ପରେ ଗ୍ରୋସରୀ ଓ ବ୍ୟାଙ୍କରେ ଭିଡ ଦେଖିବାକୁ ମିଳିଛି। ତେବେ ସରକାର ଏଟିଏମରେ ଟଙ୍କା ଭର୍ତ୍ତି ରଖିବାକୁ ନିର୍ଦ୍ଦେଶ ଥିବା ବେଳେ ସହରର ବହୁ ଏଟିଏମ ଖରାପ ଓ ଲିଙ୍କ ଫେଲ ଥିବା ଦେଖିବାକୁ ମିଳିଛି । ତେବେ ବ୍ୟାଙ୍କ ପକ୍ଷରୁ ଲୋକଙ୍କୁ ସାନିଟାଇଜେସନ କରାଯାଉଥିବା ବେଳେ ଶୀଘ୍ର ଏଟିଏମ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଏସବିଆଇର ଚିଫ ବ୍ୟାଙ୍କ ମ୍ୟାନେଜର ।

ମଙ୍ଗଳବାର ମଧ୍ୟ ରାତ୍ରିରୁ ସାରା ରାଜ୍ୟରେ ଲକଡାଉନ ହେବାକୁ ଥିବା ବେଳେ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏନେଇ ସନ୍ଧ୍ୟାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଏସପି ଶ୍ରବଣ ବିବେକ ଏମ୍ ସହରର ବସ ଷ୍ଟାଣ୍ଡ ଏବଂ ବଜାରରେ ବୁଲି ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ସରକାରୀ ଗାଇଡଲାଇନ ଅନୁଯାୟୀ ଔଷଧ, ଗ୍ରୋସରୀ ଓ କ୍ଷୀର ଦୋକାନ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିବ । ତେବେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଚାର ବିମର୍ଶ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କୌଣସି ଜରୁରୀ କାମ ନଥିବା ବେଳେ ବାହାରକୁ ନ ବାହାରି ଘରେ ରହିବେ ।

ବୁଧବାର ସକାଳ 7ଟାରୁ ସନ୍ଧ୍ୟା 7ଟା ମଧ୍ୟରେ ପରିବା ଏବଂ ଗ୍ରୋସରୀ ଦୋକାନ ଖୋଲା ରହିବ । ଏହି ସମୟରେ ଯଦି କେହି କଳା ବଜାରୀ କରନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛିନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details