ଓଡିଶା

odisha

ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

By

Published : Jun 5, 2022, 10:51 PM IST

ଗ୍ରୀନ ରାୟଗଡ଼ା ପାଳିଲା ବିଶ୍ବ ପରିବେଶ ଦିବସ । ଏହାର ପ୍ରତିଷ୍ଠାତା ଶ୍ରୀ କେକେ ଜେନା, ଦୀପକ ପୃଷ୍ଟି ଓ ଅଣୁବ୍ରତ ବାରାଙ୍କ ନେତୃତ୍ବରେ ବାହାରିଲା ଶୋଭାଯାତ୍ରା । ଯୋଗଦେଲେ ରାୟଗଡ଼ା ବିଧାୟକଙ୍କ ସମେତ ଉପ ଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷ, ମିଡିଆ କେୟାର୍ ସଭାପତି, ବହୁ ବରିଷ୍ଠ ବ୍ୟକ୍ତି ଓ ସଂଗଠନ । ଅଧିକ ପଢ଼ନ୍ତୁ

ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ରାୟଗଡ଼ା: ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ । ଏହାର ପ୍ରତିଷ୍ଠାତା କେକେ ଜେନା, ଦୀପକ ପୃଷ୍ଟି ଓ ଅଣୁବ୍ରତ ବାରାଙ୍କ ନେତୃତ୍ବରେ ଆଜି(ରବିବାର) ସ୍ଥାନୀୟ ଗଜପତି ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଉପ ଜିଲ୍ଲାପାଳ, ପୌର ପରିଷଦ ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ମିଡିଆ କେୟାର୍ ସଭାପତିଙ୍କ ସମେତ ସାଇପ୍ରିୟା ୱାର୍କର୍ସ କ୍ଲବ୍, ପ୍ରଦୁଷଣ ନିୟନ୍ତ୍ରଣ, ମିଟ୍ସ୍, ଜୁପିଟର କଲେଜ୍, ଜିସିଡି ୱାର୍କର୍ସ କ୍ଲବ ପ୍ରମୁଖ ଅନୁଷ୍ଠାନ ଯୋଗଦେଇଥିଲେ ।

ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଆୟୋଜିତ ସଭାରେ ବିଧାୟକ ବିଶ୍ବର ତାପମାତ୍ରା ବୃଦ୍ଧିରେ ଚିନ୍ତା ପ୍ରକଟ କରି ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ । ଉପଜିଲ୍ଲାପାଳ ନିଜ ବକ୍ତବ୍ୟରେ ପରିବେଶ ଦିନକୁ ଦିନ ନଷ୍ଟ ହେବା ସହ ଜଳସ୍ତର କମିଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ମହେଶ ପଟ୍ଟନାୟକ ପୌର ପରିଷଦ ଦ୍ବାରା ପରିବେଶ ସୁରକ୍ଷା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details