ରାୟଗଡା: ଗୁଣୁପୁର ଠାରେ ଆଜି(ମଙ୍ଗଳବାର) ଠାରୁ ସମ୍ପର୍କ ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ପ୍ରଚାର ଓ ପ୍ରସାର କରିବା ସହ ‘ମୋ ସରକାର’ ଓ ‘5ଟି’ ଭଳି ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ ସାଧାରଣ ଲୋକଙ୍କୁ ସରକାରରେ ଭାଗିଦାର କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଗୁଣୁପୁରରେ ଗଡିଲା ସମ୍ପର୍କ ରଥ, ସରକାରଙ୍କ କାର୍ଯ୍ୟକ୍ରମକୁ କରିବ ପ୍ରଚାର - rayagada news update
ଗୁଣୁପୁର ଠାରେ ଆଜି(ମଙ୍ଗଳବାର) ଠାରୁ ସମ୍ପର୍କ ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...
ଗୁଣୁପୁରରେ ଗଡିଲା ସମ୍ପର୍କ ରଥ
ଗୁଣୁପୁରରେ ଗଡିଲା ସମ୍ପର୍କ ରଥ
ଅନ୍ୟମାନଙ୍କ ମଧ୍ୟରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗାମଙ୍ଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ତିନୋଟି ରଥ ଗୁଣପୁର ଉପଖଣ୍ଡର ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ