ରାୟଗଡା: ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେଲେ ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ। ରାୟଗଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଗୋରାଚାନ୍ଦ ପଦୋନ୍ନତି ପରେ ବଦଳି ହୋଇଥିବା ଜଣାପଡିଛି । ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଶ୍ରୀଗମାଙ୍ଗ ଗତ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ପ୍ରକଳ୍ପ ପ୍ରଶାସକ ଭାବେ ଦାୟିତ୍ବରେ ଥିଲେ । ଆବାସିକ ବିଦ୍ୟାଳୟର ନବକଳେବର, ଶୈକ୍ଷିକ ବାତାବରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି।
ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେଲେ ଗୋରାଚାନ୍ଦ ଗମାଙ୍ଗ - ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଗମାଙ୍ଗ
ସରକାରୀ ଗୁଡବୁକରେ ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ । ୯୦ ପ୍ରତିଶତ ଚାକିରୀ ଜୀବନ ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଆସିଛନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ତାଙ୍କୁ ବଦଳି ନେଇ ବିଜ୍ଞପ୍ତି ଆସିଛି। ଅଧିକ ପଢନ୍ତୁ...
ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ହେଲେ ଗୋରାଚାନ୍ଦ ଗମାଙ୍ଗ
ଏହାସହ ଆଦିବାସୀ ଲାଞ୍ଜିଆସୌରା ଓ ଡଙ୍ଗରିଆ କନ୍ଧମାନଙ୍କ ଆର୍ଥିକ, ସମାଜିକ ବିକାଶ ନିମନ୍ତେ ବିବିଧ ଯୋଜନାର କାର୍ଯ୍ୟକାରୀତା ଦକ୍ଷତାର ସହିତ କରି ଲୋକଙ୍କ ମଧ୍ୟରେ ବିଶ୍ବାସଭାଜନ ହୋଇପାରିଛନ୍ତି । ସରକାର ପଦୋନ୍ନତିରେ ରାୟଗଡା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିବାରୁ ବିଭିନ୍ନ ମହଲରେ ଶ୍ରୀଗମାଙ୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ