ରାୟଗଡା: ସହରରେ ଚାଲିଛି ହାଇପ୍ରୋଫାଇଲ ଲୁଟ । ରାୟଗଡ଼ାର ସାଇପ୍ରିୟାନଗରରେ ବଡ ଧରଣର ଲୁଟ ହୋଇଛି । ଘରେ ପରିବାର ଲୋକେ ନ ଥିବା ସମୟରେ ରାତି ଅଧରେ କବାଟ ତାଡି ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସାଇପ୍ରିୟାନଗର ବାସିନ୍ଦା ରମେଶ କୁମାରଙ୍କ ଘରେ ଏହି ଲୁଟ ହୋଇଥିବା ସୂଚନା ରହିଛି ।
ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ, କବାଟ ତାଡି ଲୁଟି ନେଲେ ୧୩ ଭରି ସୁନା - gold
ରାୟଗଡ଼ାର ସାଇପ୍ରିୟାନଗରରେ ବଡ ଧରଣର ଲୁଟ ହୋଇଛି । ଆଲମିରା ଭାଙ୍ଗି ୧୩ ଭରି ସୁନା ଅଳଙ୍କାର ସହିତ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
ସୂଚନା ଅନୁସାରେ ବୁଧବାର ରମେଶ କୁମାର ପରିବାର ସହିତ ଏକ ବାହାଘରରେ ଯୋଗ ଦେବାକୁ ଆନ୍ଧ୍ରପ୍ରଦେଶର କତାଓ୍ବଲସା ଯାଇଥିଲେ । ଗୁରୁବାର ନିଜ ଘରକୁ ଫେରିବା ପରେ ଘରର କବାଟ ଖୋଲାଥିଲା । ଏହାଦେଖି ସେମାନେ ଘର ଭିତରକୁ ଯାଇ ଦେଖିବାବେଳକୁ ଆଲମିରା ଭାଙ୍ଗି ୧୩ ଭରି ସୁନା ଅଳଙ୍କାର ସହିତ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ପୋଲିସ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ