ରାୟଗଡା: ସହରରେ ପୁଣି ମାତିଲେ ଲୁଟେରା । ଗାନ୍ଧୀନଗରରୁ ବଡଧରଣର ଡକାୟତି ଅଭିଯୋଗ ହୋଇଛି । ଘର ତାଲା ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ସମେତ ଦେଢ ଲକ୍ଷ ଟଙ୍କା ଲୁଟ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ରାୟଗଡ଼ା ପୋଲିସ ।
ରାୟଗଡାରେ ଡକାୟତି: ଘର ତାଲା ଭାଙ୍ଗି ନେଇଗଲେ ସୁନାଗହଣା - ରାୟଗଡ଼ାରେ ଡକାୟତି
ରାୟଗଡା ଗାନ୍ଧୀନଗରରୁ ବଡଧରଣର ଡକାୟତି । ଘରେ କେହି ନଥିବା ସମୟରେ ତାଲା ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ସମେତ ଦେଢ ଲକ୍ଷ ଟଙ୍କା ଲୁଟ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ରାୟଗଡ଼ା ପୋଲିସ । ଅଧିକ ପଢ଼ନ୍ତୁ
ରାୟଗଡାରେ ଡକାୟତି: ଘର ତାଲା ଭାଙ୍ଗି ୧୦ ଭରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଲେ
ସୂଚନା ଅନୁସାରେ ଗାନ୍ଧୀନଗର ପ୍ରଥମ ଗଳିରେ ଗାନ୍ଧୀନଗର ବିଦ୍ୟାଳୟ ନିକଟରେ ସୁଶାନ୍ତ ମହାନ୍ତି ନାମକ ବ୍ୟକ୍ତିଙ୍କ ଘର । ସେ ଗତ ଜୁନ ୨୧ ତାରିଖ(ମଙ୍ଗଳବାର) ଘର ତାଲା ଦେଇ ଜୟପୁର ଯାଇଥିଲେ । ଘରେ କେହି ନଥିବା ସମୟରେ ଡକାୟତ ଘରର ତାଲା ଭାଙ୍ଗି ୧୦ ଭରି ସୁନା ଅଳଙ୍କାର ସମେତ ଦେଢ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ତେବେ ସେମାନେ ପଛଦ୍ବାରର ତାଲା ଭାଙ୍ଗି ଫେରାର ହୋଇଥିବା ଜଣାପଡ଼ିଛି । ସୁଶାନ୍ତ ଜୟପୁରରୁ ଆଜି(ଶୁକ୍ରବାର) ଫେରିବା ପରେ ନିଜ ଘରୁ ଲୁଟ ହୋଇଥିବା ପୋଲିସକୁ ଜଣାଥିଲେ ।
ଇଟିଭି ଭାରତ, ରାୟଗଡ଼ା