ରାୟଗଡା: ଜିଲ୍ଲାରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚେନ ଲୁଟେରା ମାତିଛନ୍ତି । ବ୍ୟାଙ୍କ କଲୋନୀ ୩ ନମ୍ବର ଗଳିରେ ଜଣେ ବୃଦ୍ଧାଙ୍କଠାରୁ 5 ଭରିର ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ରାୟଗଡାରେ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ - ରାୟଗଡାରେ ଚେନ ଲୁଟେରା
ରାୟଗଡା ଜିଲ୍ଲାର ବ୍ୟାଙ୍କ କଲୋନୀ ୩ ନମ୍ବର ଗଳିରେ ଜି ମଙ୍ଗେୟାମା ନାମକ ଜଣେ ବୃଦ୍ଧାଙ୍କଠାରୁ ସୁନା ଚେନ ଲୁଟ । ନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆ ଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଗୁରୁବାର ସକାଳ ବ୍ୟାଙ୍କ କଲୋନୀ 2 ନମ୍ବର ଗଳିରେ ରହୁଥିବା ଜି ମଙ୍ଗେୟାମା କ୍ଷୀର ଦେଇ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆ ଯାଇଛି । ଶେଷ ଖବର ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ