ରାୟଗଡା: ରାୟଗଡା ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ଆରମ୍ଭ ହୋଇଛି ବିଭାଗ ପକ୍ଷରୁ ତତ୍ପରତା । ଏନେଇ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଓ ୱାଲଟିୟର ଡିଭିଜନ ଡିଆରଏମ ଚେତନ ଶ୍ରୀବାସ୍ତବ ରାୟଗଡା ଗସ୍ତରେ ଆସି ଷ୍ଟେସନ ପରିଦର୍ଶନ କରିଛନ୍ତି । ସେମାନେ ଉଭୟ ରାୟଗଡା ଷ୍ଟେସନ ପରିଦର୍ଶନ କରିବା ସହ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ଡିଆରଏମ କାର୍ଯ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପୂର୍ବତଟ ରେଳବାଇ ଜିଏମଙ୍କ ରାୟଗଡା ଷ୍ଟେସନ ପରିଦର୍ଶନ - ପୂର୍ବତଟ ରେଳବାଇର ମହାପ୍ରବନ୍ଧକ
ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରାୟଗଡା ଷ୍ଟେସନ ପରିଦର୍ଶନ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ତେବେ ଖୁବଶୀଘ୍ର ଡିଆରଏମ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯିବ । ଏହାପରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାୟଗଡାବାସୀ ଡିଭିଜନ ଅଫିସର ସୁବିଧା ଉଠାଇପାରିବେ ବୋଲି ମହାପ୍ରବନ୍ଧକ ବିଦ୍ୟାଭୂଷଣ ସୂଚନା ଦେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ