ଓଡିଶା

odisha

ETV Bharat / state

ପେଟ୍ରୋଲ ଟ୍ଯାଙ୍କରରୁ ବାହାରିଲା ଦେଢ ଟନ ଗଞ୍ଜେଇ, ଡ୍ରାଇଭର ଗିରଫ

ରାୟଗଡ଼ା ଦେଇ ଗଞ୍ଜେଇ ଚୋରାଚାଲାଣ । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ବିହାର ଅଭିମୁଖେ ଯାଉଥିଲା ତେଲ ଟ୍ୟାଙ୍କର । ଟ୍ୟାଙ୍କରରୁ ଜବତ ହୋଇଛି ଦେଢ ଟନ ଗଞ୍ଜେଇ । ଅଧିକ ପଢନ୍ତୁ...

By

Published : Sep 15, 2020, 11:01 PM IST

ପେଟ୍ରୋଲ ଟ୍ଯାଙ୍କରରୁ ବାହାରିଲା ଦେଢ ଟନ ଗଞ୍ଜେଇ, ଡ୍ରାଇଭର ଗିରଫ
ପେଟ୍ରୋଲ ଟ୍ଯାଙ୍କରରୁ ବାହାରିଲା ଦେଢ ଟନ ଗଞ୍ଜେଇ, ଡ୍ରାଇଭର ଗିରଫ

ରାୟଗଡ଼ା: ଜିଲ୍ଲା ଦେଇ ଥମୁନି ଗଞ୍ଜେଇ ଚୋରା ଚାଲାଣ । କୋରୋନା ଲାଗି ରେଳ ଚଳାଚଳ ବନ୍ଦ ପରେ ଏବେ ନୂଆ ପଦ୍ଧତି ଆପଣାଇଛନ୍ତି ଗଞ୍ଜେଇ ମାଫିଆ । ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ସୋମବାର ପରିବହନ ବିଭାଗ ହାତରେ ଧରାପଡିଥିଲା । ପୋଲିସକୁ ଟ୍ୟାଙ୍କର ହସ୍ତାନ୍ତର ପରେ ଆରମ୍ଭ ହୋଇଛି ତନାଘନା । ଘଟଣାରେ ପୋଲିସ ଟ୍ୟାଙ୍କର ଡ୍ରାଇଭର ରାମ କୁମାର ଓରଫ ଶିବଶଙ୍କର ଯାଦବଙ୍କୁ ଗିରଫ କରିଛି ରାୟଗଡା ପୋଲିସ ।

ପେଟ୍ରୋଲ ଟ୍ଯାଙ୍କରରୁ ବାହାରିଲା ଦେଢ ଟନ ଗଞ୍ଜେଇ, ଡ୍ରାଇଭର ଗିରଫ

ଶନିବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ବିହାର ଅଭିମୁଖେ ଯାଉଥିଲା ତେଲ ଟ୍ୟାଙ୍କର । ରାୟଗଡା ଅଭିମୁଖେ ଆସୁଥିବାବେଳେ ଜଗନ୍ନାଥପୁର ନିକଟରେ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା । ଆରଟିଓ କର୍ତ୍ତୃପକ୍ଷ ଟ୍ୟାଙ୍କରକୁ ଅଟକାଇ ଗାଡ଼ି କାଗଜପତ୍ର ମାଗିଥିଲେ, କିନ୍ତୁ ଡ୍ରାଇଭର ରାମ କୁମାର କାଗଜପତ୍ର ନ ଦେଖାଇବା ପରେ ଟ୍ୟାଙ୍କରଟିକୁ ଅଟକ ରଖିଥିଲେ ଆରଟିଓ କର୍ମଚାରୀ ।

ଟ୍ୟାଙ୍କର ଭିତରୁ ଗଞ୍ଜେଇ ବାସ୍ନା ହେବା ପରେ ଆରଟିଓ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆରଟିଓ ଅଫିସରେ ଛାନଭିନ କରିବା ପରେ ସୋମବାର ସନ୍ଧ୍ୟାରେ ଟ୍ୟାଙ୍କର ସହ ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚରା କରିଥିଲା । ମଙ୍ଗଳବାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ସୁନୀଲ ଖରାଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଟ୍ୟାଙ୍କରରୁ ବାହାର କରାଯାଇ ଓଜନ କରଯାଇଥିଲା । ତେବେ ଏହି ଟ୍ୟାଙ୍କରରେ ମୋଟ ୧୬୧୮ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ଡ୍ରାଇଭର ରାମ କୁମାରର କହିବା ଅନୁଯାୟୀ ଟ୍ୟାଙ୍କରକୁ ବିଜୟୱାଡ଼ାରେ କିଛି ବ୍ୟକ୍ତି ଅଟକାଇ ପାର୍ସଲଗୁଡିକ ବିହାରର ପାଟନା ନେବା ପାଇଁ କହିଥିଲେ । ଏଥିପାଇଁ ପାଇଁ ସେହି ବ୍ୟକ୍ତିମାନେ ଡ୍ରାଇଭର ରାମ କୁମାରକୁ ୧୦ ହଜାର ଟଙ୍କା ମଧ୍ୟ ଦେଇଥିଲେ । ତେବେ ପାର୍ସଲ ଭିତରେ କଣ ଅଛି ସେ ନେଇ ଡ୍ରାଇଭର ଜାଣି ନଥିବା ପୋଲିସକୁ କହିଛି । ପୋଲିସ ଗାଡିର ଡ୍ରାଇଭର ରାମ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details