ଓଡିଶା

odisha

ETV Bharat / state

ସତ୍ତା ପାଇଁ ସମ୍ପର୍କୀୟଙ୍କ ଲଢେଇ, ଚର୍ତୁମୁଖୀ ଫାଇଟ୍‌ରେ ଗମାଙ୍ଗ ପରିବାର - ଗମାଙ୍ଗ ପରିବାର ଲଢେଇ

କୁରୁକ୍ଷେତ୍ରରେ ପରିଣତ ହୋଇଛି ରାୟଗଡା ଜିଲ୍ଲାର ଗୁଣପୁର ନିର୍ବାଚନମଣ୍ଡଳୀ । ଏଥର ମୈଦାନରେ ଦଳ ଭିତରେ ନୁହେଁ, ଲଢେଇ ହେବ ସମ୍ପର୍କୀୟଙ୍କ ମଧ୍ୟରେ । ମୁହାଁମୁହିଁ ହେବେ ମାମୁଁ-ଭଣଜା, ଦାଦା-ପୁତୁରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Apr 9, 2019, 7:35 PM IST

Updated : Apr 9, 2019, 7:59 PM IST

ରାୟଗଡା: ଗୁଣପୁରରେ ନିର୍ବାଚନର କୁରୁକ୍ଷେତ୍ର । ଏଠାରେ ଜେଜେ ଲଢ଼ୁଛି ନାତି ସହ ତ ପୁଣି ମାମୁଁ ଲଢୁଛି ଭଣଜା ସହ । ସେପଟେ ଦାଦା ପୁତୁରାର ଲଢେଇରେ ଭାଇ-ଭାଇ ମୁକାବିଲା ହେବ ।

କୁରୁକ୍ଷେତ୍ରରେ ପରିଣତ ହୋଇଛି ରାୟଗଡା ଜିଲ୍ଲାର ଗୁଣପୁର ନିର୍ବାଚନମଣ୍ଡଳୀ । ଏଥର ମୈଦାନରେ ଦଳ ଭିତରେ ନୁହେଁ, ଲଢେଇ ହେବ ସମ୍ପର୍କୀୟଙ୍କ ମଧ୍ୟରେ । ମୁହାଁମୁହିଁ ହେବେ ମାମୁଁ-ଭଣଜା, ଦାଦା-ପୁତୁରା । ଭିନ୍ନ ଭିନ୍ନ ଦଳରେ ରହି ପରସ୍ପରଙ୍କୁ କରିବେ ଟାର୍ଗେଟ । ମହାଭାରତ କୂଟନୀତିରେ କର୍ଣ୍ଣ ହାରନ୍ତୁ କି ଅର୍ଜୁନ, କ୍ଷମତା ରହିବ ଗମାଙ୍ଗ ପରିବାର ହାତରେ । ଏପରି କିଛି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଜେଡିରୁ ରଘୁନାଥ, ବିଜେପିରୁ ଶିଶିର ଗମାଙ୍ଗ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୁରୁଷୋତ୍ତମ ଗମାଙ୍ଗ । ବିଜେଡ଼ିର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଓ ଶିଶିର ଗମାଙ୍ଗ ସମ୍ପର୍କରେ ମାମୁଁ-ଭଣଜା । ସେହିପରି ରଘୁନାଥ ଗମାଙ୍ଗ ଓ ଶିଶିର ଗମାଙ୍ଗଙ୍କ ସମ୍ପର୍କ ଦାଦା-ପୁତୁରା । ଏପରିକି ରଘୁନାଥ ଓ ଶିଶିର ଗମାଙ୍ଗଙ୍କ ମଧ୍ୟରେ ଅଜାନାତିର ସମ୍ପର୍କ । ଆଗାମୀ ନିର୍ବାଚନରେ ଗମାଙ୍ଗ ପରିବାରର ନାରା କେବଳ ଗୁଣପୁରର ବିକାଶ ପାଇଁ ।

ମୈଦାନରେ ପରିବାର । ପୋଜିସନ ପାଇଁ ପ୍ରଚାର । ଆଗାମୀ ନିର୍ବାଚନ ଫଳାଫଳ କହିବ କାହା ହାତରେ ରହିବ ପାୱାର ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 9, 2019, 7:59 PM IST

ABOUT THE AUTHOR

...view details