ଓଡିଶା

odisha

ETV Bharat / state

ଖୋଲିଲା କ୍ୱାରେଣ୍ଟାଇନ: ମାଗଣା ଖାଇବା ସହ ମିଳିବ 24 ଘଣ୍ଟିଆ ଡାକ୍ତରୀସେବା

ରାୟଗଡା ଜିଲ୍ଲାର ୧୮୨ ପଞ୍ଚାୟତରେ ଖୋଲିଲା ସଙ୍ଗରୋଧ ପ୍ରକୋଷ୍ଠ । ମାଗଣା ଖାଇବା ସହିତ ଉପଲବ୍ଧ ହେବ ୨୪ ଘଣ୍ଟିଆ ଡ଼ାକ୍ତରୀ ସେବା । ଅଧିକ ପଢନ୍ତୁ...

ଖୋଲିଲା ସଙ୍ଗରୋଧ ପ୍ରକୋଷ୍ଟ: ମାଗଣା ଖାଇବା ସହ, 24 ଘଣ୍ଟିଆ ଡାକ୍ତରୀସେବା
ଖୋଲିଲା ସଙ୍ଗରୋଧ ପ୍ରକୋଷ୍ଟ: ମାଗଣା ଖାଇବା ସହ, 24 ଘଣ୍ଟିଆ ଡାକ୍ତରୀସେବା

By

Published : Mar 28, 2020, 7:54 PM IST

ରାୟଗଡା: ଜିଲ୍ଲାର ୧୮୨ ପଞ୍ଚାୟତରେ ଖୋଲିଲା ସଙ୍ଗରୋଧ ପ୍ରକୋଷ୍ଠ । ମାଗଣା ଖାଇବା ସହିତ ଉପଲବ୍ଧ ହେବ ୨୪ ଘଣ୍ଟିଆ ଡ଼ାକ୍ତରୀ ସେବା । ରାୟଗଡାରେ ଶନିବାର ସୁଦ୍ଧା ୯୩୯ ଗ୍ରାମରେ ବିଦେଶ ତଥା ରାଜ୍ୟ ବାହାରୁ ଫେରନ୍ତା ୨୯୭୪ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି ।

ତେବେ ଗ୍ରାମାଞ୍ଚଳରେ ରହୁଥିବା ୯୫ ଭାଗ ବାହାରୁ ଆସିଥିବା ଦାଦନଙ୍କ ପାଇଁ ଚିନ୍ତା ବଢ଼ିଛି ରାଜ୍ୟ ସରକାରଙ୍କ । କାରଣ ଗାଁ ଗୁଡ଼ିକରେ ନାମକୁ ମାତ୍ର ଘରେ ଏତେ ଲୋକ ସଙ୍ଗରୋଧ ନିୟମ ପାଳନ କରିବା କଷ୍ଟ ହେଉଥିବାବେଳେ ଏହାକୁ ଦେଖି ଜିଲ୍ଲାର ୧୮୨ଟି ପଞ୍ଚାୟତରେ ଯାତାୟତକୁ ଦୃଷ୍ଟରେ ରଖି ସଙ୍ଗରୋଧ ପ୍ରକୋଷ୍ଟ ମାନ ଖୋଲାଯାଇ ସେଠାରେ ସେହି ପଞ୍ଚାୟତର ବାହାରୁ ଫେରନ୍ତା ଲୋକଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଖୋଲିଲା ସଙ୍ଗରୋଧ ପ୍ରକୋଷ୍ଟ: ମାଗଣା ଖାଇବା ସହ, 24 ଘଣ୍ଟିଆ ଡାକ୍ତରୀସେବା

ଏହିସବୁ ସଙ୍ଗରୋଧ ପ୍ରକୋଷ୍ଟରେ ରହୁଥିବା ବ୍ୟକ୍ତିଙ୍କୁ ମାଗଣା ରନ୍ଧା ଖାଦ୍ୟ ସହ ଦିନରେ ଦୁଇଥର ଡ଼ାକ୍ତରୀ ଦଳ ଦ୍ବାରା ପରୀକ୍ଷା କରିବାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଅଜିତ କୁମାର ହୋତା ।

ତେବେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ଉପଖଣ୍ଡ ସ୍ତରରେ ମୋଟ ୩୪ଟି ଆରଆର ଟିମ (ରାପିଡ ରେସପନ୍ସ ଟିମ) ଗଠନ ହୋଇଛି । ଉକ୍ତ ଟିମ୍‌ରେ ଜଣେ ଡାକ୍ତରଙ୍କ ତତ୍ବାବଧାନରେ ଅନ୍ୟ ସ୍ବାସ୍ଥ୍ୟକର୍ମୀ ୨୪ଘଣ୍ଟା ମୁତୟନ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details