ରାୟଗଡା: ଆଜି ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ । ଏହି ଅବସରରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେଡି ଦଳ ତରଫରୁ ଆରମ୍ଭ ହେଲା ପଡୋଶୀ ରାଜ୍ୟକୁ ନିଶୁଳ୍କ ଆମ୍ବୁଲାନ୍ସ ସେବା । ରାୟଗଡ଼ ଜିଲ୍ଲାରୁ ପ୍ରଥମଥର ପାଇଁ ପଡୋଶୀ ରାଜ୍ୟକୁ 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ଦଳ ମୁଖିଆଙ୍କ ଜନ୍ମ ଦିନ ଅବସରରେ ରାୟଗଡା ଜିଲ୍ଲା ବିଜେଡି ତରଫରୁ ଦୁର୍ଗୀ ଠାରେ ମାଗଣା ଆମ୍ବୁଲାନ୍ସ ସେବା ଉଦଘାଟିତ ହେବା ସହ ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ଶିବିର, ଦୀପଦାନ ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ: ହିନ୍ଦୀରେ ଡାକ୍ତରୀ ଶିକ୍ଷା: ଭୋପାଲରେ MBBS ହିନ୍ଦୀ ପୁସ୍ତକ ଉନ୍ମୋଚନ କଲେ ଶାହ
ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରକ୍ତଦାନ ଶିବିର ଉଦଘାଟନ କରିଥିବାବେଳେ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନାକରି ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇଛି । ଏହି ଅବସରରେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡି ଉପସଭାପତି ଏନ ଭାଷ୍କର ରାଓ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଥିଲେ । ଓଡିଶାରୁ ଆନ୍ଧ୍ରକୁ 108 ଆମ୍ବୁଲାନ୍ସ ସେବା ଯୋଗାଇବାରେ ଅସୁବିଧା ହେଉଥିବାରୁ ରାଜ୍ୟରେ ପ୍ରଥମଥର ପାଇଁ ବିଜେଡି ଦଳ ତରଫରୁ 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଯୋଗାଇ ଦିଆଯାଇଥିବା କହିଛନ୍ତି, ଜିଲ୍ଲା ବିଜେଡି ସଭାପତି ତଥା ବିଜୁକଲ୍ୟାଣ ଉପଦେଷ୍ଟା ସୁଧିର ଦାସ ।