ଓଡିଶା

odisha

By

Published : May 12, 2023, 11:52 AM IST

Updated : May 12, 2023, 2:27 PM IST

ETV Bharat / state

ବିପଦରେ ଗଜରାଜ: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବିଦ୍ୟୁତ୍‌ ଆଘାତରେ ୪ ହାତୀ ମୃତ

ରାୟଗଡା ସୀମାନ୍ତ ଆନ୍ଧ୍ରପ୍ରଦେଶର କାଟ୍ରାଗଡା ଠାରେ ୪ଟି ହାତୀଙ୍କ ମୃତଦେହ ଠାବ । ବିଦ୍ୟୁତ୍‌ ଆଘାତରେ ଚାଲିଯାଇଛି ହାତୀଙ୍କ ଜୀବନ । ଅଧିକ ପଢନ୍ତୁ

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବିଦ୍ୟୁତ ଆଘାତରେ ୪ ହାତୀ ମୃତ
ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବିଦ୍ୟୁତ ଆଘାତରେ ୪ ହାତୀ ମୃତ

ବିଦ୍ୟୁତ୍‌ ଆଘାତରେ ୪ ହାତୀ ମୃତ

ରାୟଗଡା:ଥମୁନି ହାତୀ ମୃତ୍ୟୁ । କେତେବେଳେ ଟ୍ରେନ ଧକ୍କାରେ ତ ଆଉ କେତେବେଳେ ବିଦ୍ୟୁତ୍‌ ଆଘାତରେ ଚାଲିଯାଉଛି ହାତୀଙ୍କ ଜୀବନ । ଆଜି (ଶୁକ୍ରବାର) ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି । କାଟ୍ରାଗଡା ଗାଁ ନିକଟସ୍ଥ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମ ନିକଟରେ ହାତୀମାନଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତେଣୁ ବିଦ୍ୟୁତ୍‌ ଆଘାତ ଯୋଗୁଁ ୪ ହାତୀଙ୍କ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି ।

ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପଦ୍ମପୁର, ଗୁଣପୁର ବ୍ଲକ ଘଞ୍ଚ ଜଙ୍ଗଲରେ ୬ ଟିକିଆ ହାତୀପଲ ଦୀର୍ଘ ଦିନ ଧରି ଚଳପ୍ରଚଳ କରୁଥିଲେ । ଏହି ୬ ଜଣିଆ ହାତୀପଲ ନାରାୟଣପୁର ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ବେଳେ ରାତିରେ ଜନବସତି ଆଡକୁ ଆସି ଏକର ଏକର ଧାନ ଚାଷ ସହ, ଝୁଡ଼ଙ୍ଗ, କାଙ୍ଗୁ, ଖୋସଲା, ରାଶି, ଖମ୍ବଆଳୁ, କଦଳୀ ଭଳି ବ୍ୟାପକ ଚାଷ ନଷ୍ଟ କରୁଥିଲେ । ଗତ ସପ୍ତାହେ ଧରି ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଏହି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ଧାନ ଅମଳ ସମୟରେ ଏହି ହାତୀପଲଙ୍କ ଦୌରାତ୍ମ୍ୟ ଚାଷୀକୂଳଙ୍କୁ ଅସ୍ତବ୍ୟସ୍ତ କରିଥିଲା ।

ଗତକାଲି ରାତିରେ ଏହି ହାତୀପଲ ଗୁଣୁପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ମୁହାଁ ହୋଇଥିଲେ । ତେବେ ଆଜି ଆନ୍ଧ୍ରର କାଟ୍ରାଗଡା ଠାରେ ଓଡ଼ିଶାର ଏହି ୬ଟିକିଆ ହାତୀପଲ ମଧ୍ୟରୁ ୪ଟି ହାତୀର ମୃତ୍ୟୁ ହୋଇଛି । ଆଉ ଦୁଇ ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖାଯାଇଛି । ହାତୀଙ୍କ ମୃତ୍ୟୁସ୍ଥଳ ନିକଟରେ ଏକ ବିଦ୍ୟୁତ୍‌ ସବଷ୍ଟେସନ ରହିଥିବାରୁ ବିଦ୍ୟୁତ ଆଘାତରେ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି, ହେଲେ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ଆନ୍ଧ୍ର ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରୁଛନ୍ତି ସ୍ଥାନୀୟ ଲୋକେ । ହାତୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏକ ସ୍ବତନ୍ତ୍ର ପ୍ରାଣୀ ଚିକିତ୍ସକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବ୍ୟବେଚ୍ଛଦ ପରେ ନିୟମ ମୁତାବକ ମୃତହାତୀଙ୍କୁ ପୋତାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।

ଗତ କିଛି ଦିନ ହେବ ପଦ୍ମପୁରରୁ ଗୁଣୁପୁର ସୀମାନ୍ତ ବନାଞ୍ଚଳରେ ଏହି ହାତୀପଲ ବୁଲି ବ୍ୟାପକ ଫସଲ ନଷ୍ଟ କରୁଥିଲେ । କେତେବେଳେ ନାଳକୁ ପାଣି ପିଇବା ପାଇଁ ଆସୁଥିବା ବେଳେ ତ ଆଉ କେତେବେଳେ ଗାଁ ନିକଟ ଜଙ୍ଗଲରେ ବୁଲୁଥିବା ଦେଖାଯାଉଥିଲା ।

ଇଟିଭି ଭାରତ, ରାୟଗଡା

Last Updated : May 12, 2023, 2:27 PM IST

ABOUT THE AUTHOR

...view details