ଓଡିଶା

odisha

By

Published : Mar 23, 2022, 11:58 AM IST

Updated : Mar 23, 2022, 1:30 PM IST

ETV Bharat / state

ଚେକିଂ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଦୁଇ ଗିରଫ

ନାକା ଚେକିଂ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏକ କାର ଭିତରୁ ଜବତ ହୋଇଛି ଶହ ଶହ ଲିଟରର ବିଦେଶୀ ମଦ । ଅଧିକ ପଢ଼ନ୍ତୁ

ନାକା ଚେକିଂ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ
ନାକା ଚେକିଂ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ

ରାୟଗଡ଼ା: ନାକା ଚେକିଂ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ। ଏକ କାର ଭିତରୁ ଜବତ ହୋଇଛି ଶହ ଶହ ଲିଟରର ବିଦେଶୀ ମଦ । ରାୟଗଡ଼ାରୁ ଗୁଡ଼ାରି ଯାଉଥିବା ରାସ୍ତାରେ ଏକ ଇଣ୍ଡିଗୋ କାର ଦ୍ରୁତଗତିରେ ଆସୁଥିବାର ଦେଖି ରାମନାଗୁଡ଼ା ପୋଲିସ ଅଟକାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ କାର ଭିତରୁ ପ୍ରାୟ 170 ଲିଟର ବିଦେଶୀ ମଦ , ଗୋଟିଏ ମୋବାଇଲ ଏବଂ ନଗଦ ସାତ ହଜାର ଟଙ୍କା ଜବତ କରିଥିଲା ପୋଲିସ ।

ଚେକିଂ ବେଳେ ବିପୁଳ ପରିମାଣର

ଏହାସହ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗୁଣପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଦ୍ବୟ ହେଲେ ରାୟଗଡ଼ାର ହରିଶଙ୍କର ରାୟ ଏବଂ ସଞ୍ଜୟ ସାହା । ଅନ୍ୟପକ୍ଷରେ ପୋଲିସ ଇଣ୍ଡିଗୋ କାରକୁ ଜବତ କରିଛି।ସୂଚନାନୁସାରେ ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଗଳାବାଟରେ ଚୋରାରେ ଚାଲାଣ ହେଉଛି ଶହଶହ ଲିଟର ବିଦେଶୀ ମଦ। ଯାହାର ପ୍ରମାଣ ଲାଗିଛି ଆଜିର ଧରପଗଡ଼ରେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 23, 2022, 1:30 PM IST

ABOUT THE AUTHOR

...view details