ଓଡିଶା

odisha

ETV Bharat / state

ବାଜିଲା 'ଚଇତି' ବିଗୁଲ, ଚଳଚଞ୍ଚଳ ରାୟଗଡା ଜିଲ୍ଲା

Chaiti and Pallishree Mela 2023: ରାୟଗଡା ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଲୋକ ମହୋତ୍ସବ "ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩"ର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Chaiti and Pallishree mela 2023
ବାଜିଲା 'ଚଇତି' ବିଗୁଲ, ଚଳଚଞ୍ଚଳ ସମଗ୍ର ଜିଲ୍ଲା

By ETV Bharat Odisha Team

Published : Dec 12, 2023, 9:43 AM IST

ବାଜିଲା 'ଚଇତି' ବିଗୁଲ, ଚଳଚଞ୍ଚଳ ସମଗ୍ର ଜିଲ୍ଲା

ରାୟଗଡା:ଜିଲ୍ଲାର ପ୍ରସିଦ୍ଧ ଲୋକ ମହୋତ୍ସବ "ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩" ପାଇଁ ବାଜିଲା ବିଗୁଲ । ଯେଉଁଥିପାଇଁ ସମଗ୍ର ରାୟଗଡା ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ସୋମବାର ଦିନ କଲ୍ୟାଣସିଂପୁର ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ସ୍ଥିତ ପ୍ରସିଦ୍ଧ ଦେବଗିରି ଶୈବପୀଠରେ ମନ୍ତ୍ରୀ ଜଗନ୍ନାଥ ସାରକା ଏନେଇ ଘୋଷଣା କରିଛନ୍ତି । ପାରମ୍ପରିକ ନୃତ୍ୟ ଗୀତ ସହ ବାଜାର ତାଳେ ତାଳେ ଢେମସା, ଆଦିବାସୀ ନୃତ୍ୟ ମଧ୍ୟରେ ହଜାର ହଜାର ଲୋକଙ୍କ ଗହଳରେ ଚଇତି ମହୋତ୍ସବ ପାଳନ ତାରିଖ ଘୋଷଣା ହୋଇଯାଇଛି ।

ପ୍ରସିଦ୍ଧ ଲୋକ ମହୋତ୍ସବ "ଚଇତି- 2023"ର ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଉଠିଛି ଆଦିବାସୀ ବହୁଳ ରାୟଗଡା ଜିଲ୍ଲା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଥିବା ବେଳେ ଡିସେମ୍ବର ୨୬ ତାରିଖରୁ ୩୦ ପର୍ଯ୍ୟନ୍ତ ୫ ଦିନ ଧରି ଏହା ଅନୁଷ୍ଠିତ ହେବ । ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ "ଚଇତି" ଉତ୍ସବ ଉଜ୍ବୀବିତ କରିପାରିଛି ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ।

ଏହି ଅବସରରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ଉପାଧ୍ୟକ୍ଷ ବନମାଳୀ କାଡ୍ରକା, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଉପାଧ୍ୟକ୍ଷ ସନ୍ତୋଷ ସୁନା, ଆମ ଓଡିଶା ନବୀନ ଓଡିଶା ସଂଯୋଜକ ପି. ଗୌରୀ ଶଙ୍କର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମେତ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟାକ୍ଷା,ବିଡ଼ିଓ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

ହାମଧ୍ୟ ପଢନ୍ତୁ... ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ୨୦୨୩

ଦେବଗିରି ଶୈବପୀଠରେ ଅତିରିକ୍ତ ଜିଲ୍ଳାପାଳ ତଥା ଚଇତି ଉତ୍ସବ କମିଟି ଆବାହକ ଭାସ୍କର ରଇତ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିବା ପରେ ଆଜ୍ଞାମାଳ ସହ ଦେବଗିରି ପାହାଡ଼ ଉପରେ ଥିବା ଗଙ୍ଗା ଯମୁନା ଜଳକୁଣ୍ଡରୁ ପବିତ୍ର ଜଳ ଆଣିଥିଲେ । ଏହାପରେ ଜିଲ୍ଲାର ୧୧ଟି ବ୍ଲକ ଓ ଗୋଟିଏ ଜିଲ୍ଲା ସଂସ୍କୃତି ପରିଷଦ ପାଇଁ ମୋଟ ୧୨ଟି ଚଇତି କଳସରେ ଅଣାଯାଇଥିଲା । ଚଇତିର ସଫଳତା ଓ ଶୁଭକାମନା ନେଇ କଲ୍ୟାଣୀ, ନାଗାବଳି ନଦୀ ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିରରେ ଅତିଥିମାନେ ପୂଜାପାଠ କରିଥିଲେ । କଳସ ପୂଜା ଅନୁଷ୍ଠିତ ହେବା ପରେ କଳସ ଯାତ୍ରାରେ ନଗର ପରିକ୍ରମା କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଅନୁଷ୍ଠିତ ସଭାସ୍ଥଳରେ ପହଞ୍ଚିଥିଲା |

ସେଠାରେ ଚଇତି ପର୍ବ ପାଳନ ନେଇ ତାରିଖ ଘୋଷଣା ହୋଇଥିଲା । ଅତିଥିମାନେ ଜିଲ୍ଳାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟର ମହାକୁମ୍ଭ 'ଚଇତି -୨୦୨୩' ଚଳିତ ମାସ ଡିସେମ୍ବର ୨୬ ତାରିଖରୁ ୩୦ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details