ଓଡିଶା

odisha

ETV Bharat / state

ନାଗାବଳୀ ବିତ୍ପାତ: 2 ବର୍ଷ ପରେ ବି ମିଳିଲାନି ସହାୟତା

ନାଗାବଳୀ ନଦୀର ପ୍ରଳୟଙ୍କରୀ ବନ୍ୟାକୁ ଇତି ମଧ୍ୟରେ ଦୁଇବର୍ଷ ବିତିଲା । ତଥାପି ରାୟଗଡ଼ା ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଗୋଷେଇଁ କଣ୍ଟୁଆ ଗାଁର କ୍ଷତିଗ୍ରସ୍ଥଙ୍କୁ ଏ ଯାଏଁ ମିଳିନି ସରକାରୀ ସହାୟତା ।

By

Published : Aug 3, 2019, 2:52 PM IST

Updated : Aug 10, 2019, 9:44 PM IST

ଡିଜାଇନ ଫଟୋ

ରାୟଗଡା: ନାଗାବଳୀ ବନ୍ୟାକୁ ଇତି ମଧ୍ୟରେ ପୂରିଛି 2 ବର୍ଷ । ସରଳ ଆଦିବାସୀ ଲୋକେ ଦେଖିଥିଲେ ପ୍ରକୃତିର କରାଳ ରୂପ । ବନ୍ୟା ପାଣି ଧନ ସମ୍ପତ୍ତି ଧୋଇ ନେବା ସହ ଭାଙ୍ଗିଦେଇଥିଲା ମେରୁଦଣ୍ଡ । ପ୍ରକୃତିର କରାଳ ରୂପ ଆଗରେ ହାର ମାନିଥିଲା ମଣିଷ । ଏହି ବନ୍ୟା ଯୋଗୁଁ ଅନେକ ହୋଇଥିଲେ ବାସହରା । ଯେଉଁମାନଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ମିଳି ନଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏବେ ମଧ୍ୟ ବନ୍ୟା କଥା ଭାବିଲେ ଲୋମ ଟାଙ୍କୁରି ଉଠୁଛି। ନାଗାବଳୀ ନଦୀରେ ବନ୍ୟା ଯୋଗୁଁ କଲ୍ୟାଣସିଂହପୁର ବ୍ଲକ ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଗୋଷେଇଁକଣ୍ଟୁଆ ଗ୍ରାମବାସୀ। ବନ୍ୟା ପାଣିରେ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ହୋଇଥିଲେ ନିରାଶ୍ରୟ।

ସେହି ସମୟରେ ରାଜସ୍ବ ବିଭାଗ ପକ୍ଷରୁ ତରବରିଆ ଭାବେ ୨୪ ଜଣ କ୍ଷତିଗ୍ରସ୍ତଙ୍କୁ ଘର ନିର୍ମାଣ କରିବା ପାଇଁ ଏକଲକ୍ଷ ୧୯ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ହେଲେ ଅନେକ କ୍ଷତିଗ୍ରସ୍ଥଙ୍କୁ ସହାୟତାରୁ ବାଦ ଦିଆଯାଇଥିଲା । ଯାହାଫଳରେ ଆଜି ମଧ୍ୟ ବନ୍ୟା ପ୍ରଭାବିତ ସରକାରୀ ସହାୟତାକୁ ଅପେକ୍ଷା କରି ବସିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 10, 2019, 9:44 PM IST

ABOUT THE AUTHOR

...view details