ଓଡିଶା

odisha

ETV Bharat / state

ଗୁଣୁପୁରରେ ସତର୍କ ସଂକେତ ଟପିଲା ବଂଶଧାରା - ଗୁଣପୁରରେ ସତର୍କ ସୂଚନା ଜାରିକଲା ଜଳସେଚନ ବିଭାଗ

ଗୁଣୁପୁରରେ ସତର୍କ ସଂକେତ ଟପିଲା ବଂଶଧାରର ଜଳସ୍ତର । ଏନେଇ ସତର୍କ ସୂଚନା ଜାରିକଲା ଜଳସେଚନ ବିଭାଗ । ଅଧିକ ପଢନ୍ତୁ

ଗୁଣୁପୁରରେ ସତର୍କ ସଂକେତ ଟପିଲା ବଂଶଧାରା ଜଳସ୍ତର
ଗୁଣୁପୁରରେ ସତର୍କ ସଂକେତ ଟପିଲା ବଂଶଧାରା ଜଳସ୍ତର

By

Published : Aug 14, 2022, 8:17 PM IST

Updated : Aug 14, 2022, 9:23 PM IST

ରାୟଗଡା:ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ୨୪ ଘଣ୍ଟାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରବିବାର ଗୁଣୁପୁରରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ଥିବାବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର 83.29 ମିଟରରେ ରହିଛି ।ଗୁଣୁପୁରରେ ବଂଶଧାରା ଜଳସ୍ତର ସତର୍କ ସଂକେତ ଟପିଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଗୁଣୁପୁରରେ ସତର୍କ ସଂକେତ ଟପିଲା ବଂଶଧାରା

ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି । ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଦୁଇ ନଦୀରେ ଜଳ ପତ୍ତନ ମାପିବା ନେଇ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନଥିବାବେଳେ ଉଭୟ ନଦୀର ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି ।

ଶନିବାର ଠାରୁ ରାୟଗଡା ଜିଲ୍ଲାର ୧୧ଟି ବ୍ଳକରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ 74.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଗୁଣୁପୁରରେ 46.0ମିଲି, ରାୟଗଡା ବ୍ଲକରେ 25.2 , କୋଲନରା ବ୍ଲକରେ 31.2, କଲ୍ୟାଣସିଙ୍ଗପୁର ବ୍ଲକରେ 46.4, କାଶୀପୁର ବ୍ଲକରେ 59.0 ପଦ୍ମପୁର ବ୍ଲକରେ 46.4, ଗୁଡାରି ବ୍ଲକରେ 57.0, ରମନାଗୁଡା ବ୍ଲକରେ 51.4, ବିଷମକଟକ ବ୍ଲକରେ 24.2 ଏବଂ ମୁନିଗୁଡା ବ୍ଲକରେ 45.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ଗୁଣୁପୁରରେ ବଂଶଧାରା ଜଳସ୍ତର ସତର୍କ ସଂକେତ ଟପିଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଇଟିଭି ଭାରତ, ରାୟଗଡା

Last Updated : Aug 14, 2022, 9:23 PM IST

ABOUT THE AUTHOR

...view details