ଓଡିଶା

odisha

ETV Bharat / state

80 ମଇଁଷି ବନ୍ୟାରେ ଗଲେ ଭାସି - ରାୟଗଡାରେ ବନ୍ୟା

ରାୟଗଡାରେ ବନ୍ୟା ପରିସ୍ଥିତି ଅଣାୟତଃ । ଭାସିଗଲେ 80 ମଇଁଷି । 200 ପରିବାରକୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Aug 7, 2019, 2:53 PM IST

ରାୟଗଡା: ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ବୋହି ଯାଉଥିବା ବିଭିନ୍ନ ନଦୀରେ ବନ୍ୟା ଆସି ସ୍ଥିତି ଜଟିଳ କରିଛି । ବିଶେଷ କରି ନାଗାବଳୀ, ବଂଶଧାରା ଓ କଲ୍ୟାଣୀ ନଦୀର ଜଳ ସ୍ଥର ବଢ଼ି ବିପଦ ସଂକେତ ଉପରେ ବହୁଛି । ଫଳରେ ଜିଲ୍ଲାକୁ ବିଭିନ୍ନ ଆଡୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଗୁଡାରି ବ୍ଲକ ସଦର ମହକୁମା ବ୍ରାହ୍ମଣ ସାହି, ଲାଡି ସାହି, ଫୁଲବଗିଚା ସାହି ସହ ଅନ୍ୟ କିଛି ସାହିରେ ବଂଶଧାରା ପାଣି ପଶିଯିବା ଫଳରେ ପାଖାପାଖି 200 ପରିବାରକୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଗୁମୁଡ଼ା ଗୁଣପୁର ଭାମିନିର ମୁଖ୍ୟ ରାସ୍ତା ଉପରେ 2 ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ଗୁଣପୁର ରାୟଗଡା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୁଡ଼ାରି ବ୍ଲକର ଅନେକ ଗାଁରେ ବଂଶଧାରା ନଦୀର ପାଣି ପଶିଥିବାବେଳେ କର୍ଣ୍ଣପାଡୁ ଗାଁରେ 80 ଟି ମଇଁଷି ଭାସିଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କାଶୀପୁର ବ୍ଲକର କୁଚେଇପଦର ନିକଟରେ ରାସ୍ତା ଧୋଇ ଯିବା ଫଳରେ 5ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଉତ୍କଳ ଆଲୁମିନାର କିଛି କାର୍ଯ୍ୟାଳୟରେ ପାଣି ପଶିଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details