ଓଡିଶା

odisha

ETV Bharat / state

ସରିଲା ରାୟଗଡା ଜିଲ୍ଲା ପରିଷଦର 5 ବର୍ଷୀୟ କାର୍ଯ୍ୟକାଳ - ରାୟଗଡା ଜିଲ୍ଳା ପରିଷଦ କାର୍ଯ୍ୟକାଳ ଶେଷ

ସରିଲା ରାୟଗଡା ଜିଲ୍ଲା ପରିଷଦର ପାଞ୍ଚ ବର୍ଷୀୟ କାର୍ଯ୍ୟକାଳ । ଚଳିତ ପରିଷଦର ଶେଷ ବୈଠକରେ ଗତ ପାଞ୍ଚ ବର୍ଷର ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ହେଲା ଚର୍ଚ୍ଚା । ଅଧିକ ପଢନ୍ତୁ

ସାରିଲା ରାୟଗଡା ଜିଲ୍ଲା ପରିଷଦର ପାଞ୍ଚ ବର୍ଷୀୟ କାର୍ଯ୍ୟକାଳ
ସାରିଲା ରାୟଗଡା ଜିଲ୍ଲା ପରିଷଦର ପାଞ୍ଚ ବର୍ଷୀୟ କାର୍ଯ୍ୟକାଳ

By

Published : Dec 25, 2021, 10:54 AM IST

ରାୟଗଡା: ସରିଲା ରାୟଗଡା ଜିଲ୍ଲା ପରିଷଦର ପାଞ୍ଚ ବର୍ଷୀୟ କାର୍ଯ୍ୟକାଳ । ଜିଲ୍ଳା ପରିଷଦର ୭୪ତମ ତଥା ଚଳିତ ପରିଷଦର ଶେଷ ବୈଠକ ଶୁକ୍ରବାର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ଗତ ପାଞ୍ଚ ବର୍ଷର ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଛି ।

ସାରିଲା ରାୟଗଡା ଜିଲ୍ଲା ପରିଷଦର ପାଞ୍ଚ ବର୍ଷୀୟ କାର୍ଯ୍ୟକାଳ

ଚଳିତ ପରିଷଦର ଶେଷ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ସମସ୍ତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଧ୍ୟ ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ମତାମତ ଓ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ବୈଠକରେ ଗତ ପାଞ୍ଚ ବର୍ଷର ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଚର୍ଚ୍ଚା ହୋଇଛି । ଏଥିସହ ଆଗାମୀ ଦିନରେ ହେବକୁ ଥିବା କାର୍ଯ୍ୟ ଉପରେ ଆଲୋଚନା ହୋଇଥିବା ରାୟଗଡା ପିଡି-ଡିଆରଡିଏ ରବିନାରାୟଣ ତ୍ରିପାଠୀ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details