ରାୟଗଡା: ସମଗ୍ର ଦେଶ ଆଜି ପାଳନ କରୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ପଲ୍ଲୀରୁ ଦିଲ୍ଲୀ ସବୁଠି ଉଡ଼ିଛି ତ୍ରିରଙ୍ଗା । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଜିର ଦୃଶ୍ୟ ଥିଲା ନିଆରା । ସ୍ୱାଧୀନତାର 75 ବର୍ଷରେ ଆମେ ପାଦ ଦେଇଥିବା ବେଳେ ଏବେ ବି ଏମିତି ଅନେକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଛି ଯେଉଁଠି ସ୍ୱାଧୀନତା ଦିବସ କ’ଣ ଲୋକେ ଜାଣିନାହାନ୍ତି ।
ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧିନତା ଦିବସ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଲୁଙ୍ଗୁରତାଲ ଅଞ୍ଚଳରେ ଆଜି ପ୍ରଥମ ଥର ସିପିଆଇ ଏମଏଲ ଲିବରେସନ, ଅଖିଳ ଭାରତୀୟ କୃଷକ ମହାସଭା ଓ ଆଦିବାସୀ ବିକାଶ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସିପିଆଇ ଏମଏଲ ଜିଲ୍ଲା ସଂପାଦକ ତିରୁପତି ଗମାଙ୍ଗ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧିନତା ଦିବସ ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧିନତା ଦିବସ ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧିନତା ଦିବସ ଗଣତନ୍ତ୍ର, ସମ୍ବିଧାନ ସୁରକ୍ଷା ଓ ଦେଶପ୍ରେମୀ ହେବା ପାଇଁ ଉପସ୍ଥିତ ଆଦିବାସୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଥମ କରି 75 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରଥମ ଥର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୁଙ୍ଗୁରତାଲରେ ପାଳନ ହେଲା ସ୍ଵାଧୀନତା ଦିବସ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ