ଓଡିଶା

odisha

ETV Bharat / state

ରାୟଗଡାରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ - Rayagada Panchayat Election News

ଏହି ତିନୋଟି ବ୍ଲକରେ ୧.୫୨ ଲକ୍ଷ ମତଦାତା ଥିବାବେଳେ ସେମାନଙ୍କ ମଧ୍ୟରୁ 71 ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ଥ କରିଛନ୍ତି । ଏଥିପାଇଁ ଏହି ତିନୋଟି ବ୍ଲକରେ ୫୫୪ ଟି ବୁଥରେ ମତଦାନ ହୋଇଛି । ଅଧିକ ପଢନ୍ତୁ

ରାୟଗଡାରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ
ରାୟଗଡାରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

By

Published : Feb 16, 2022, 10:29 PM IST

ରାୟଗଡା:ଶାନ୍ତି ଶୃଙ୍ଖଳା ସହ ପ୍ରଥମ ପର୍ଯ୍ୟାୟରେ ସାରିଲା ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁରରେ ଭୋଟ ଗ୍ରହଣ । ୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ 71 ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି ।

ରାୟଗଡାରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଏହି ତିନୋଟି ବ୍ଲକରେ ୧.୫୨ ଲକ୍ଷ ମତଦାତା ଥିବାବେଳେ ସେମାନଙ୍କ ମଧ୍ୟରୁ 71 ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ଥ କରିଛନ୍ତି । ଏଥିପାଇଁ ଏହି ତିନୋଟି ବ୍ଲକରେ ୫୫୪ ଟି ବୁଥରେ ମତଦାନ ହୋଇଛି । ତେବେ ୫ଟି ଜିଲ୍ଲା ପରିଷଦ ଆସନ, ୪୬ ଟି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୫୫୪ ଟି ୱାର୍ଡ ମେମ୍ବରଙ୍କ ଭାଗ୍ୟ ବାଲାଟ ବକ୍ସରେ ସିଲ ହୋଇଛି । ନକ୍ସଲ ପ୍ରବଣ ଏହି ତିନୋଟି ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବା ପାଇଁ ପ୍ରଶାସନ ପାଇଁ ବଡ ଆହ୍ବାନ ରହିଥିଲା ।

ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ହୋଇନଥିବା କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ପୋଲିଂ କର୍ମଚାରୀମାନେ ନିର୍ବାଚନ ସାରି ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟ୍ରାଙ୍ଗ ରୁମରେ ବାଲାଟ ବକ୍ସ ଦାଖଲ କରିଥିବା ବେଳେ ତ୍ରୀସ୍ତରୀୟ ସୁରକ୍ଷା ସହ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details