ଓଡିଶା

odisha

By

Published : Dec 5, 2019, 11:22 PM IST

ETV Bharat / state

କୋଇଲା ଵୋଝେଇ ଟ୍ରେନରେ ନିଆଁ

ରାୟଗଡାରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନର 12 ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ 3 ଦମକଳ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି ।

train fire
କୋଇଲା ଵୋଝେଇ ଟ୍ରେନରେ ନିଆଁ

ରାୟଗଡା: କୋଇଲା ବୋଝେଇ ଟ୍ରେନରେ ନିଆଁ । ରାୟଗଡା ଠାରୁ 10 କିଲୋମିଟର ଦୂରରେ ଥିବା ସିଙ୍ଗାପୁର ରେଳଷ୍ଟେସନ ନିକଟରେ ଟ୍ରେନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଟ୍ରେନର 12ଟି ବଗିରେ ନିଆଁ ଲାଗିଥିବା ସୂଚନା ।

କୋଇଲା ଵୋଝେଇ ଟ୍ରେନରେ ନିଆଁ

ଖବର ପାଇ 3ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି । ସୂଚନା ଅନୁସାରେ, ବିଶାଖାପାଟଣାରୁ ମହାରାଷ୍ଟ୍ର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ରାୟଗଡା ଷ୍ଟେସନରୁ ଛାଡିବାର କିଛି ସମୟ ପରେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଟ୍ରେନ ଗାର୍ଡ । ସଙ୍ଗେସଙ୍ଗେ ଟ୍ରେନ ଅଟକାଇବାକୁ ଖବର ଦେଇଥିଲେ । ସିଙ୍ଗାପୁର ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details