ଓଡିଶା

odisha

By

Published : Jul 16, 2019, 2:06 AM IST

ETV Bharat / state

ଶିକାରପାଇ-କେଟଗୁଡା ମଝିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋମବାର ଅପରାହ୍ନରେ ରେଲୱେ ଓଭରହେଡ୍ ମେନ ଲାଇନରେ କୌଣସି ତ୍ରୁଟି କାରଣ ହଠାତ୍ ନିଆଁ ଲାଗିଯାଇଥିଲା । ହେଲେ ରେଳବାଇର ଜୈନିକ ଠିକାଦାରଙ୍କ ଦ୍ବାରା ଅଳ୍ପକେ ବର୍ତ୍ତିଯାଇଛନ୍ତି ହଜାର ହଜାର ଯାତ୍ରୀ ।

ପ୍ରତିକାତ୍ମକ ଫଟୋ

ରାୟଗଡା: କେଆର୍ ଲାଇନ 148/0 ଚେନେଜ ପୋଷ୍ଟ ଶିକାରପାଇ-କେଟଗୁଡା ମଝିରେ ଅଘଟଣ । ସୋମବାର ଅପରାହ୍ନରେ ରେଲୱେ ଓଭରହେଡ୍ ମେନ ଲାଇନରେ କୌଣସି ତ୍ରୁଟି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ହେଲେ ରେଳବାଇର ଜୈନିକ ଠିକାଦାର ଦ୍ୱାରା 'ବାହାର ଦୁଲକି' ଗ୍ରାମର ମେଟ ଭୀମ ନାଇକ ନେତୃତ୍ୱରେ ସେଠାରେ ଜଙ୍ଗଲ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା ।

ହଠାତ୍ ଏପରି କରେଣ୍ଟରେ ନିଆଁ ଲାଗିବା ଦେଖି ପ୍ରାୟ ୫୦ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସଫେଇ ଶ୍ରମିକ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଗୋଟିଏ ମାଲବାହୀ ଟ୍ରେନକୁ ଅଟକାଇଥିଲେ । ମାଲବାହୀ ଟ୍ରେନ ଡ୍ରାଇଭର ନିଜ ଓ୍ବାକିଟକି ମାଧ୍ୟରେ ଏ ସମ୍ପର୍କରେ କେଉଟଗୁଡା ଷ୍ଟେସନକୁ ଖବର ଦେଇଥିଲେ । ଏହାପରେ ବିପରୀତ ଦିଗରୁ ଆସୁଥିବା ବିଶାଖାପାଟଣା କୋରାପୁଟ ଡିଏମୟୁ ଟ୍ରେନକୁ କେଉଟଗୁଡା ନିକଟରେ ଅଟକାଇ ଦିଆଯାଇଥିଲା ।

କିଛି ସମୟ ବ୍ୟବଧାନ ପରେ ରାୟଗଡ଼ାରୁ ଏକ ସ୍ବତନ୍ତ୍ର ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ୬ ଘଣ୍ଟା ବିଳମ୍ବରେ ଏହି ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା । ସେପଟେ ଖବର ପାଇ ରେଳବାଇ ଲକ୍ଷ୍ମୀପୁର ସ୍ଥିତ ଆରପିଏଫ୍ ଇନ୍ସପେକ୍ଟର ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଠିକ ଏହି ସମୟରେ ଦୁଲକୀ ନିକଟରେ କେଆର ଲାଇନର ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସୁରକ୍ଷିତ ରଖିବାକୁ ଯାଇ ଜଣେ ଯୁବତୀ ନିଜ ଓଢଣୀ ଦ୍ୱାରା କୋରାପୁଟରୁ ବିଶାଖପାଟଣା ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନକୁ ଅଟକାଇ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ଏତେ ବଡ ଅଘଟଣରୁ ଭୀମ ନାଇକ ଲୋକଙ୍କ ଜୀବନ ବଞ୍ଚାଇଥିବାବେଳେ ଏଯାବତ ରେଳ ବିଭାଗ ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ ହୋଇନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details