ଓଡିଶା

odisha

ETV Bharat / state

ରାୟଗଡା ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟଣା,ନିଆଁ ଲଗାର କାରଣ ଏବେ ବି ଅସ୍ପଷ୍ଟ - fire in Mobile shope store

ରାୟଗଡା ସହରର ଗଜପତି ଛକରେ ଅଘଟଣ । ଓମ୍‌ କଲେକ୍ସନ ନାମକ ଏକ ନୂତନ ମୋବାଇଲ ଦୋକାନ ପାଇଁ କାମ ଚାଲିଥିବାବେଳେ ଏଥିରେ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

fire in mobile shope store
ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

By

Published : Dec 8, 2019, 2:44 AM IST

Updated : Dec 10, 2019, 5:03 AM IST

ରାୟଗଡା: ନୂଆ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟଣାରେ ଥାନାରେ ଦ୍ବାରସ୍ଥ ହେଲେ ଦୋକାନ ମାଲିକ । ରାୟଗଡା ସହରର ଗଜପତି ଛକରେ ଥିବା ଓମ କଲେକ୍ସନ ନାମକ ଏକ ନୂତନ ମୋବାଇଲ ଦୋକାନ ପାଇଁ କାମ ଚାଲିଥିବାବେଳେ ଏଥିରେ ଅଗ୍ନିକାଣ୍ଡ ଘଟିଛି ।

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଦୋକାନ ମାଲିକ ଶାନ୍ତନୁ ସୁବୁଦ୍ଧି କାମ ସାରି ଶନିବାର ରାତ୍ରି ପ୍ରାୟ ୮ ଟା ସମୟରେ ଦୋକାନ ବନ୍ଦ କରିଥିଲେ । ତେବେ ରାତି ପାଖାପାଖି ୧୦ଟା ସମୟରେ କିଛି ସ୍ଥାନୀୟ ଲୋକେ ବନ୍ଦ ଥିବା ଦୋକାନ ଭିତରୁ ନିଆଁ ଜଳୁଥିବା ଦେଖି ଦୋକାନ ମାଲିକଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଶାନ୍ତନୁ ପହଞ୍ଚି ରାୟଗଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଦେଢଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ।

ତେବେ ଦୋକାନରେ ବିଦ୍ୟୁତ ସଂଯୋଗ ନଥିବାବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହାକୁ ନେଇ ଏବେ ସନ୍ଦେହ ଉପୁଜିଛି । କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ସନ୍ଦେହ ପ୍ରକାଶ ପାଉଥିବା ବେଳେ ଦୋକାନରେ ଥିବା ୬ରୁ ୭ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏନେଇ ଦୋକାନ ମାଲିକ ଶାନ୍ତନୁ ସୁବୁଦ୍ଧି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 10, 2019, 5:03 AM IST

ABOUT THE AUTHOR

...view details