ଓଡିଶା

odisha

ETV Bharat / state

ଟ୍ରକ ସହ ଧକ୍କା ପରେ ଜଳିଗଲା ଏସିଡ୍ ଟ୍ୟାଙ୍କର - ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର

ରାୟଗଡା ସହର ଉପକଣ୍ଠ ମଝିଘରିଆଣି ମନ୍ଦିର ନିକଟରେ ଏକ ଏସିଡ ଟ୍ୟାଙ୍କର ସହ ଲୁହା ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

accident
ଜଳିଗଲା ଟ୍ୟାଙ୍କର

By

Published : Jan 9, 2020, 11:30 AM IST

ରାୟଗଡା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର । ରାୟଗଡା ସହର ଉପକଣ୍ଠ ମଝିଘରିଆଣି ମନ୍ଦିର ନିକଟରେ ଏକ ଏସିଡ ଟ୍ୟାଙ୍କର ସହ ଲୁହା ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଥିବା ପୋଲିସ କହିଛି ।

ଜଳିଗଲା ଟ୍ୟାଙ୍କର

ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ପେରକସାଇଡ ଏସିଡ ବୋଝେଇ କରି ଟ୍ୟାଙ୍କରଟି ବିଶାଖାପାଟନମରୁ ଜେକେପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ୟାଙ୍କର କ୍ୟାବିନ ସହ ପଛର କିଛି ଅଂଶ ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details