ଓଡିଶା

odisha

ETV Bharat / state

ABDOଙ୍କୁ ଆକ୍ରମଣ ଅଭିଯୋଗ, BJD ରାଜ୍ୟ ସମ୍ପାଦକଙ୍କ ନାଁରେ ଏତଲା - FIR against BJD state secretary

କାଶୀପୁର ABDOଙ୍କୁ ବିଜେଡି ରାଜ୍ୟ ସମ୍ପାଦକଙ୍କ ଆକ୍ରମଣ ଅଭିଯୋଗ । ଥାନାର ଦ୍ବାରସ୍ଥ ହେଲେ ABDO । ଏକ ବିଲ ପାସ ପାଇଁ ଘଟଣା ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ABDOଙ୍କୁ ଆକ୍ରମଣ ଅଭିଯୋଗରେ BJD ରାଜ୍ୟ ସମ୍ପାଦକଙ୍କ ନାଁରେ ଏତଲା
ABDOଙ୍କୁ ଆକ୍ରମଣ ଅଭିଯୋଗରେ BJD ରାଜ୍ୟ ସମ୍ପାଦକଙ୍କ ନାଁରେ ଏତଲା

By

Published : Jul 23, 2021, 8:42 AM IST

ରାୟଗଡା:କାଶୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ବିଜେଡି ରାଜ୍ୟ ସମ୍ପାଦକଙ୍କ ବିରୁଦ୍ଧରେ ଥାନାରେ ଏତଲା । ଏକ ଚେକ ଡ୍ୟାମ ନିର୍ମାଣର ବିଲ କରିବା ନେଇ ପ୍ରଥମେ ଆଲୋଚନା ଏବଂ ପରେ ଉକ୍ଷିପ୍ତ ହୋଇ ବିଜେଡି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର ଗାଳି ଗୁଲଜ କରିବା ସହ ଛତାରେ ଆକ୍ରାମଣ କରିବା ଭଳି ଅଭିଯୋଗ ଆଣିଛନ୍ତି କାଶୀପୁର ଏବିଡିଓ ବଳରାମ ପାତ୍ର । ଏହା ସହ ବିଜେଡି ନେତାଙ୍କ ସହ ତାଙ୍କର ପ୍ରାୟ ୨୦ ସମର୍ଥକ ଏବିଡିଓଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ମୋଟ ୨୦ଜଣଙ୍କ ନାରେ ଏବିଡିଓ ଶ୍ରୀପାତ୍ର କାଶୀପୁର ଥାନାରେ ମାମଲା ରୁଜୁ କରିଛନ୍ତି ।

ABDOଙ୍କୁ ଆକ୍ରମଣ ଅଭିଯୋଗରେ BJD ରାଜ୍ୟ ସମ୍ପାଦକଙ୍କ ନାଁରେ ଏତଲା

ABDO ବଳରାମ ପାତ୍ର ଅଭିଯୋଗ ଅନୁଯାୟୀ, ଗୁରୁବାର ପୂର୍ବାହ୍ନରେ ବ୍ଲକ ପରିସରରେ ଜଗଦିଶ ପାତ୍ର ଓ ନାରାୟଣ ପରିଛାଙ୍କ ସମେତ ଅନ୍ୟ ୨୦ଜଣ ଅଭିଯୁକ୍ତ ବ୍ୟକ୍ତି କାର୍ଯ୍ୟାଳୟକୁ ଆସିଥିଲେ । ତେବେ କାଶୀପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅଧିନ ରାଉତଘାଟି ଠାରେ ଚେକ ଡ୍ୟାମ ନିର୍ମାଣ ଚାଲିଥିବାବେଳେ ଏହାର ବିଲ ସମ୍ପର୍କିତ ଆଲୋଚନା ପାଇଁ ଏବିଡିଓଙ୍କୁ କାର୍ଯ୍ୟାଳୟ ବହାରକୁ ଡାକିଥିଲେ ।

ଏହି ସମୟରେ ବ୍ଲକ ଅଧିକ୍ଷ ଓ ଅନ୍ୟକର୍ମଚାରୀଙ୍କ ଉପସ୍ଥିତିରେ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଜଗଦିଶଙ୍କ ସମେତ ଅନ୍ୟ ସମର୍ଥକମାନେ ଏବିଡିଓଙ୍କୁ ପ୍ରଥମେ ଗାଳିଗୁଲଜ କରିବା ସହ ହାତରେ ଧରିଥିବା ଛତାରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଜୀବନ ବଞ୍ଚାଇବାକୁ ଛାନିଆରେ ଏବିଡିଓ ଶ୍ରୀ ପାତ୍ର ଦୌଡି ଯାଇ କାର୍ଯ୍ୟାଳୟ ଅଫିସ ଗୃହ ଭିତରେ ଆତ୍ମଗୋପନ କରିଥିଲେ । ତେବେ ଆକ୍ରାମଣକାରୀ ଘର କବାଟ ଭାଙ୍ଗି ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଅପରପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର । ଏକ କାମକୁ ନେଇ କଥା କଟାକାଟି ହୋଇଥିଲା କିନ୍ତୁ କେହି ଏବିଡିଓଙ୍କୁ ଆକ୍ରମଣ କରି ନାହାନ୍ତି ବରଂ କଥା କଟାକଟି ପାଇଁ ତାଙ୍କୁ କ୍ଷମା ମଧ୍ୟ ମଗା ଯାଇଥିବା କହିଛନ୍ତି ଜଗଦୀଶ ।

ତେବେ ସେ କାହିଁକି ଏଭଳି ଅଭିଯୋଗ ଆଣିଛନ୍ତି ତାହା ତାଙ୍କୁ ହିଁ ଜଣା ବୋଲି କହିଛନ୍ତି ଜଗଦୀଶ ପାତ୍ର । ସେପଟେ ଜଗଦୀଶ ପାତ୍ରଙ୍କ ସମର୍ଥକମାନେ ମଧ୍ୟ ଜାତୀୟାଣ ଆକ୍ଷେପ କରିଥିବା ନେଇ ଏବିଡିଓ ବଳରାମ ପାତ୍ରଙ୍କ ନାରେ ଥାନାରେ ମାମଲା ରୁଜୁ କରିଛନ୍ତି । ଏନେଇ କାଶୀପୁର ପୋଲିସ ଉଭୟ ମାମଲାର ତଦନ୍ତ କରୁଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details