ଓଡିଶା

odisha

By

Published : Feb 24, 2022, 10:54 PM IST

ETV Bharat / state

ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା

ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା ସାଙ୍ଗକୁ ଚୂଡାନ୍ତ ୱାର୍ଡ ତାଲିକା । ଅଧିକ ପଢନ୍ତୁ

ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା
ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା

ରାୟଗଡା: ପୌର ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଆଜି ରାୟଗଡା ପୌର ପରିଷଦର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ । ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ଆଜି ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି । ରାୟଗଡା ପୌର ପରିଷଦର ମୋଟ ୫୬୫୯୭ ଜଣଙ୍କର ଭୋଟର ତାଲିକା ୱାର୍ଡ ୱାଇଜ୍‍ ପ୍ରକାଶ କରାଯାଇଛି ।

ଆଗାମୀ ପୌର ନିର୍ବାଚନରେ ୨୪ଟି ୱାର୍ଡରେ ୬୯ଟି ବୁଟରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ରାୟଗଡା ପୌରପାଳିକାରେ ୫୬୫୯୭ ଜଣ ଭୋଟର ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୭୪୭୨ ଜଣ ଥିବାବେଳେ ମହିଳା ଭୋଟର ସଂଖ୍ୟା ୨୯୦୭୨ ଜଣ ଏବଂ ଟ୍ରାନ୍ସକଜେଠର ୫୩ ଜଣ ଅଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details